ସଂଜିବ ଓଡିଶା ହାଇକୋର୍ଟ ବିଚାରପତି ହେବେ : ସୁପ୍ରିମକୋର୍ଟ ସୁପାରିଶ କରିଛନ୍ତି

ବଲାଙ୍ଗିର,ଏନଏନଏସ : ସୁପ୍ରିମକୋର୍ଟର ଜଣେ ଯୁବ ଓକିଲ ଭାବେ ବେଶ ପ୍ରତିଷ୍ଠିତ ହୋଇଥିବା ତଥା ବିଭିନ୍ନ ସମୟରେ ଜନସାଧାରଣଙ୍କ ବଡବଡ ସମସ୍ୟାକୁ ନେଇ ଜନହିକତର ମାମଲା ରୁଜୁ କରି ଚର୍ଚ୍ଚାରେ ରହି ଆସିଥିବା ସଞ୍ଜିବ କୁମାର ପାଣିଗ୍ରାହୀ ଓଡିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ହେବେ । ଗତ ମେ ମାସ ୭ ତାରିଖରେ ଓଡିଶାର ୮ ଜଣ ଓକିଲଙ୍କୁ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ସେମାନଙ୍କ ନାମ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତିଙ୍କୁ ସୁପାରିଷ କରିଥିଲେ । ନାମ ସୁପାରିଷ କରିବା ପୂର୍ବରୁ ମୁଖ୍ୟ ବିଚାରପତି ଓଡିଶା ସରକାରଙ୍କ ମତାମତ ନେବା ସହିତ ହାଇକୋର୍ଟ କଲେଜିଅମଙ୍କ ମତ ମଧ୍ୟ ନେଇଥିଲେ । ବର୍ତ୍ତମାନ ସୁପ୍ରମିକୋର୍ଟ ସଞ୍ଜିବଙ୍କ ନା’ ସହିତ ଆଉ ୭ଜଣଙ୍କ ନା’ ବିଚାରପତି ଭାବେ ନିଯୁକ୍ତି ଦେବା ପାଇଁ ସରକାରଙ୍କୁ ସୁପାରିଷ କରିଛି । ତେଣୁ ସଞ୍ଜିବ ହାଇକୋର୍ଟ ବିଚାରପତି ହେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି ।

ସୂଚନା ଅନୁଯାୟୀ, ବଲାଙ୍ଗିର ଜିଲ୍ଲା ସଦର ବ୍ଳକ ଅନ୍ତର୍ଗତ ବାରପୁଡୁଗିଆ ଗାଁର ମୂଳ ବାସିନ୍ଦା ହେଉଛନ୍ତି ସଞ୍ଜିବ । ବଲାଙ୍ଗୀରରୁ ସ୍କୁଲ ଓ କଲେଜ ଶିକ୍ଷା ସାରି ଆଇନ ଡିଗ୍ରୀ ହାସଲ କରିବା ପରେ ସେ ଦିଲ୍ଲୀରେ ରହି ଓକିଲାତି କରୁଥିଲେ । ସଞ୍ଜିବ ହାଇକୋର୍ଟ ବିଚାରପତି ହେବା ନେଇ ଖବର ଆସିବା ପରେ ସମଗ୍ର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏହି ଖବାର ପାଇ ଗାଁ’ରେ ଏକ ପ୍ରକାର ଉତ୍ସବର ମାହୋଲ ଦେଖାଦେଇଛି ।