କଟକ,ଏନ୍ଏନ୍ଏସ୍: ମହାମାରୀ କରୋନା କାରଣରୁ ଓଡିଶା ହାଇକୋର୍ଟର ଆଇନଜୀବୀ ମାନଙ୍କ ଡ୍ରେସ କୋଡରେ ପରିବର୍ତ୍ତନ କରାଯାଇଛି। ଏହି ଅବସରରେ କୌଣସି ଆଇନଜୀବୀ କଳା କୋର୍ଟ କିମ୍ବା ଗାଉନ ପିନ୍ଧି ପାରିବେନି। ଆଇନଜୀବୀମାନେ ଧଳାସାର୍ଟ, ସଲଓ୍ବାର କମିଜ୍ ପିନ୍ଧିବାକୁ କୋର୍ଟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳା ଓକିଲମାନେ ଧଳା ଶାଢୀ ସହ ଧଳାନେକ୍ ବ୍ୟାଣ୍ଡ ପରିଧାନ କରିବେ। ଏଥିସହ ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ଯାଏଁ ଏହି ନିୟମ ପାଳନ କରିବା ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।