କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ମିଳିଛି ୮୦୨ କୋଟି

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ପରିଚାଳନା ପାଇଁ ଓଡ଼ିଶାକୁ ୮୦୨ କୋଟି ଟଙ୍କା ମିଳିଛି। ଏସଡିଆରଏଫ୍ ପାଣ୍ଠିରୁ ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ଏହି ଟଙ୍କା ପ୍ରଦାନ କରାଯାଇଛି। ଲୋକସଭାରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ଲିଖିତ ଉତ୍ତରରେ ଅଗଷ୍ଟ ୩୧ ସୁଦ୍ଧା ପ୍ରଦାନ କରିଥିବା ଅନୁଦାନର ତଥ୍ୟ ପ୍ରଦାନ କରିଛନ୍ତି। ଏଥିରେ ମହାରାଷ୍ଟ୍ରକୁ ସର୍ବାଧିକ ୧୬୧୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏଥିସହିତ ଉତ୍ତରପ୍ରଦେଶକୁ ୯୬୬ , ମଧ୍ୟପ୍ରଦେଶକୁ ୯୧୦, କର୍ଣ୍ଣାଟକକୁ ୭୯୧, ରାଜସ୍ଥାନକୁ ୭୪୦, ବିହାରକୁ ୭୦୮ କୋଟି ଟଙ୍କାର ଅନୁଦାନ ଦିଆଯାଇଛି। ତେବେ ଏହି ତାଲିକାରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହିଛି।