ରାଜ୍ୟ ସରକାରଙ୍କ ୫ଟି ଯୋଜନାକୁ ବଲାଙ୍ଗିରରେ ଆଖିଠାର

ବଲାଙ୍ଗିର,ଏନ୍ଏନ୍ଏସ୍: ବିନା ଲାଞ୍ଚରେ ମିଳୁନି ସରକାରୀ ସହାୟତା। ବଲାଙ୍ଗୀର ବନ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଚାଲିଥିବା ସର୍ଭେରେ ନିୟୋଜିତ କର୍ମଚାରୀଙ୍କୁ ଲାଞ୍ଚ ନଦେଲେ କାମ ହେଉନଥିବା ଅଭିଯୋଗ ହୋଇଛି। ଏ ନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ପ୍ରଦର୍ଶିତ ହୋଇଛି। ଏଥିରେ କେତେ ଟଙ୍କା ଲାଙ୍କ ଦେଲେ କ’ଣ ସହାୟତା ମିଳିବ ତାହା ଭିଏଲଡବ୍ଲୁ ନିଜେ କହିଛନ୍ତି।

ପୁଇଁତଳା ବ୍ଲକର ଭିଏଲଡବ୍ଲୁ ସୁଭେନ୍ଦୁ ବେହେରା ବାତ୍ୟା କ୍ଷୟକ୍ଷତିର ସର୍ଭେ ପାଇଁ ନିଜ ଘରେ ଅଫିସ ଖୋଲି ବିଭିନ୍ନ ପ୍ରକାର ସହାୟତା ପାଇଁ ରେଟ କାର୍ଡ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ କେତେ ଟଙ୍କା ଦେଲେ କେଉଁ ସହାଯ୍ୟ ମିଳିବ ତାହା ଦର୍ଶାଯାଇଛି।