୪ ଜିଲ୍ଲାକୁ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଜିଲ୍ଲାକୁ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ଟି ଜିଲ୍ଲା ହେଲା ଖୋର୍ଦ୍ଧା, ସୁନ୍ଦରଗଡ଼, ଯାଜପୁର ଓ କଟକ। ରୋଗୀଙ୍କ ଯାବତୀୟ ଖର୍ଚ୍ଚ ଯେପରିକି ଖାଇବା, ରହିବା, ଔଷଧ ଓ ପରିବହନ ଆଦି ସମସ୍ତ ସୁବିଧା ମାଗଣା ମିଳୁଥିବା ନବୀନ କହିଛନ୍ତି। ଓଡ଼ିଶା ଏମିତି ଏକ ରାଜ୍ୟ ଯେଉଁଠି ଧନୀ,ଗରିବ ସମସ୍ତଙ୍କୁ ମାଗଣା ଚିକିତ୍ସା ପ୍ରଦାନ କରାଯାଉଛି। ଆମ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିସହିତ ଲକ୍ଷଣ ଦେଖାଗଲେ ତୁରନ୍ତ ଟେଷ୍ଟ ପାଇଁ ଆଗେଇ ଆସିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ସଂକ୍ରମଣ ନିୟନ୍ତ୍ରଣ ହେବାସହ ଆରୋଗ୍ୟ ହାର ବଢ଼ିବ ।