ଓଡିଶା ପାଇଲା ୩ଟି ସ୍କଚ୍ ଆୱାର୍ଡ

ଭୁବନେଶ୍ୱର,ଏନ୍ଏନ୍ଏସ୍: କୃଷିକ୍ଷେତ୍ରରେ ଓଡିଶାକୁ ୩ଟି ସ୍କଚ୍ ଆୱାର୍ଡ ମିଳିଛି। ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତକରଣ ବିଭାଗ ଅନ୍ତର୍ଗତ ଉଦ୍ୟନ କୃଷି ନିର୍ଦ୍ଦେଶାଳୟ ଅଧୀନରେ ହେଉଥିବା କ୍ଲଷ୍ଟର ପ୍ରକଳ୍ପ ଓ ଏହାର କାର୍ଯ୍ୟକାରିତାରେ ଉତ୍କର୍ଷ ନିମନ୍ତେ ଚଳିତ ବର୍ଷ ପାଇଁ ସ୍କଚ୍ ସ୍ୱର୍ଣ୍ଣ ପଦକ ହାସଲ କରିଥିବାବେଳେ ‘ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ’ ଓ ‘ଓଡିଶା ମିଲେଟ୍ ମିଶନ’ ସ୍କଚ୍ ଅର୍ଡର ଅଫ୍ ମେରିଟ୍ ସମ୍ମାନ ଲାଭ କରିଛି।

କୃଷି କ୍ଷେତ୍ରରେ ତୃଣମୂଳ ସ୍ତରରେ ଅଭିନବ ଯନ୍ତ୍ରପାତି ବ୍ୟବହାର କରି କୃଷି ଉତ୍ପାଦନ ବୃଦ୍ଧି ଓ ଉତ୍ପାଦିତ ଦ୍ରବ୍ୟକୁ ମୂଲ୍ୟଯୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ଅଭିନବ କୃଷି ଯନ୍ତ୍ରପାତି ସମ୍ମାନ ଆରମ୍ଭ କରାଯାଇଥିଲା। ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ଅଫ ଇମ୍ଡିଆର ମିଳିତ ସହଯୋଗରେ ଏହି ଯୋଜନା ପ୍ରସ୍ତୁତ କରାଯାଇତିଲା। ହୋ ମାଧ୍ୟମରେ ତୃଣମୂଳ ସ୍ତରରେ ଅଭିନବ ଚିନ୍ତାଧାରାକୁ ଚିହ୍ନଟ ଓ ପ୍ରୋତ୍ସାହନ ଦେବାପାଇଁ ପ୍ରକ୍ରିୟା ଜାରି ରହିଛି।