ଭୁବନେଶ୍ୱର,ଏନ୍ଏନ୍ଏସ୍: କୃଷି କ୍ଷେତ୍ରରେ ଉଲ୍ଲେଖନାୟ ଅଗ୍ରଗତି ପାଇଁ କୃଷି କର୍ମଣ ପୁରସ୍କାର ମିଳିବା ପରେ ଆଉ ଏକ ସମ୍ମାନ ପାଇଁ ମନୋନୀତ ହୋଇଛି ରାଜ୍ୟ କୃଷି ବିଭାଗ। ଆସନ୍ତା ୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ କୃଷି ବିଭାଗକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରିବେ ବୋଲି ଜଣାପଡ଼ିଛି।
ପୁରସ୍କାର ସ୍ୱରୂପ କୃଷି ବିଭାଗକୁ ୧ କୋଟି ଟଙ୍କା ସହ ମାନପତ୍ର ମିଳିବ। କୃଷି ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କରିବା ନେଇ ସ୍ଥିରୀକୃତ ହୋଇଛି। ପୂର୍ବରୁ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଓଡ଼ିଶା ୫ଥର କୃଷି କର୍ମଣ ପୁରସ୍କାର ପାଇସାରିଛି।