ଓଡ଼ିଶା ଫୁଟବଲ କ୍ଲବର ଜର୍ସି ଉନ୍ମୋଚିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ଟିମ୍ ଓଡ଼ିଶା ଫୁଟବଲ କ୍ଲବର ଜର୍ସି ଓ କିଟ୍ ବୁଧବାର ଉନ୍ମୋଚିତ ହୋଇଛି। ଏଠାରେ ଏକ ହୋଟେଲରେ ଆୟୋଜିତ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କ୍ଲବର ମାଲିକ ତଥା ଦିଲ୍ଲୀ ସକ୍କର ପ୍ରାଇଭେଟ ଲିମିଟେଡର ଚେୟାରମ୍ୟାନ୍ ରୋହନ ଶର୍ମା, କ୍ଲବର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଶିଷ ଶାହ, କୋଚ୍ ଯୋଶେଫ ଗୋମ୍ବାଉ ଏବଂ କ୍ରୀଡ଼ା ନିର୍ଦ୍ଦେଶକ ଭିନୀଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ ଆଇଏସଏଲରେ ଗତ ୫ ସିଜନ୍ ଧରି ଦିଲ୍ଲୀ ଡାଇନାମୋସ୍ ଭାବେ ଖେଳିଥିବା ଏହି ଦଳ ଚଳିତବର୍ଷଠାରୁ ଓଡ଼ିଶା ଫୁଟବଲ କ୍ଲବ୍ ନାମରେ ଖେଳିବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମକୁ ଏହି କ୍ଲବ୍ ହୋମ୍ ଗ୍ରାଉଣ୍ଡ କରିଥିଲାବେଳେ ଏଥର ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛି।

ଦୋହାରେ ପ୍ରଶିକ୍ଷଣ ନେଇ ଫେରିବା ପରେ କ୍ଳବ୍ ଏବେ କଳିଙ୍ଗ ଷ୍ଟାଡିୟମରେ କ୍ୟାମ୍ପ କରିଛି। ଚଳିତ ସିଜନ ଲାଗି କ୍ଲବର ନୂଆ ଜର୍ସି ଓ କିଟ୍ ଟାଇକା ଦ୍ୱାରା ଯୋଗାଇ ଦିଆଯିବ।