ଭୁବନେଶ୍ୱର,ଏନ୍ଏନ୍ଏସ୍: ସାରା ଦେଶରେ ବର୍ତ୍ତମାନ କରୋନାର ଆତଙ୍କ ଖେଳିଯାଇଥିବା ବେଳେ ବର୍ତ୍ତମାନ କେରଳରେ ଭୟ ବଢାଇବାରେ ଲାଗିଛି ନିପା ଭାଇରସ୍। ଯାହାର ସଂକ୍ରମଣରେ ଏବେ ଅନେକ ଲୋକ ମୃତ୍ୟୁବରଣ କରୁଥିବା ସୂଚନା ଏବେ ସାମ୍ନାକୁ ଆସୁଛି। ଏହାରି ଭିତରେ ସତର୍କ କରାଇଛନ୍ତି ରାଜ୍ୟ ଡ଼ିଏମଇଟି ସିବିକେ ମହାନ୍ତି। ସେ ସୂଚନା ଦେଇଛନ୍ତି ଯେ ଏହି ଭାଇରସ୍ ମଣିଷ ଠାରୁ ମଣିଷକୁ ବ୍ୟାପିବାରେ ଲାଗିଛି।
ଫଳରେ ଏହା ଖୁବ୍ କମ୍ ସମୟରେ ଲୋକଙ୍କୁ ଆକ୍ରାନ୍ତ କରିପକାଉଛି। ବର୍ତ୍ତମାନ ଆମକୁ ଖୁବ୍ ସତର୍କ ହୋଇ ରହିବାକୁ ପଡ଼ିବ। ସୂଚନା ଅନୁସାରେ କେରଳ କୋଝିକୋଡ ଠାରୁ କିଛି ଦୂରରେ ଥିବା ମାଓ୍ବୁରରେ ଜଣେ ୧୨ ବର୍ଷ ଶିଶୁର ନିପା ଭାଇରସ ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଛି। ଏହା ପରେ ପ୍ରଶାସନ ପକ୍ଷରୁ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିପାଇଁ ସହର ତଥା ନିକଟବର୍ତ୍ତୀ ଅଞ୍ଚଳରେ ଏହାର ସଂକ୍ରମଣକୁ ରୋକିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ପ୍ରସ୍ତୁତି ଆରମ୍ଭ କରିଛନ୍ତି।