କଟକ,ଏନ୍ଏନ୍ଏସ୍: ରବିବାରଠାରୁ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ (ଫାଓ) ପକ୍ଷରୁ ହିରୋ ସିନିୟର୍ ମହିଳା ଏନ୍ଏଫ୍ସି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହୋଇଛି। ଏଥିରେ ପ୍ରଥମ ମ୍ୟାଚ୍ଟି ଘରୋଇ ଓଡ଼ିଶା ସହ ଆନ୍ଧ୍ର ପ୍ରଦେଶ ଖେଳିଥିବା ବେଳେ ଏଥିରେ ଓଡ଼ିଶା ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ଦଳ ୯-୦ ଗୋଲ୍ରେ ବିଜୟୀ ହୋଇଥିବା ବେଳେ ଜବାମଣି ଟୁଡୁ ଓ ସୁଭଦ୍ରା ସାହୁ ଦୁଇଟି ଲେଖାଏଁ ଗୋଲ୍ କରିଥିଲେ।
ଜବାମଣି ଚତୁର୍ଦ୍ଦଶ ଓ ନବମ ଏବଂ ସୁଭଦ୍ରା ୮୪ତମ ଓ ୮୬ତମ ମିନିଟ୍ରେ ଗୋଲ୍ ଦେଇଥିବା ବେଳେ ୩୦ତମ ମିନିଟ୍ରେ ସୋନି ବେହେରା, ୪୯ତମ ମିନିଟ୍ରେ ଦୀପା ନାୟକ, ୫୨ତମ ମିନିଟ୍ରେ ସତ୍ୟବତୀ ଖାଡିଆ, ୮୫ତମ ମିନିଟ୍ରେ କରିସ୍ମା ଓରାମ୍ ଓ ୯୦+୪ ମିନିଟ୍ରେ ଯଶୋଦା ମୁଣ୍ଡା ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ଓଡ଼ିଶା ତା’ର ପରବର୍ତ୍ତୀ ମ୍ୟାଚ୍ ଆସନ୍ତା ୩୦ ତାରିଖରେ ଗୁଜରାଟ ବିପକ୍ଷରେ ଖେଳିବ।