୩ ଲକ୍ଷ ପାର କଲା କରୋନା ଆରୋଗ୍ୟଙ୍କ ସଂଖ୍ୟା

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେଧିରେ କମୁଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଇଛି। ଏହି କ୍ରମରେ ଆଜି ୧୩୧୫ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ କରୋନା ଆରୋଗ୍ୟଙ୍କ ସଂଖ୍ୟା ୩୦୦୪୭୪ରେ ପହଞ୍ଚିଛି।

ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଜି କଟକ ଜିଲ୍ଲାରୁ ସର୍ବାଧିକ ୧୪୪ଜଣ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୪୩, ସୁନ୍ଦରଗଡରୁ ୧୧୬, ମୟୁରଭଞ୍ଜରୁ ୮୭, ପୁରୀରୁ ୭୭, ଜଗତସିଂହପୁରରୁ ୭୪, ବରଗଡରୁ ୬୨, ଯାଜପୁରରୁ ୫୫, କେନ୍ଦ୍ରାପଡାରୁ ୫୪, ବାଲେଶ୍ୱରରୁ ୫୩, ଅନୁଗୁଳରୁ ୪୪, ବଲାଙ୍ଗିରରୁ ୪୨, କେନ୍ଦୁଝରରୁ ୪୨, ନୂଆପଡାରୁ ୪୧, ସମ୍ବଲପୁରରୁ ୩୭, କଳାହାଣ୍ଡିରୁ ୩୫, କୋରାପୁଟରୁ ୩୧, ଭଦ୍ରକରୁ ୨୩, ନୟାଗଡରୁ ୨୩, ସୋନପୁରରୁ ୧୯, ଢେଙ୍କାନାଳରୁ ୧୬, ମାଲକାନଗିରିରୁ ୧୬, ନବରଙ୍ଗପୁରରୁ ୧୪, ଗଞ୍ଜାମରୁ ୧୨, କଳାହାଣ୍ଡିରୁ ୯, ଝାରସୁଗୁଡାରୁ ୮, ବୌଦ୍ଧରୁ ୫, ରାୟଗଡାରୁ ୩, ଦେବଗଡରୁ ୨ ଏବଂ ଷ୍ଟେଟପୁଲରୁ ୨୭ଜଣ ସୁସ୍ଥ ହୋଇଛନ୍ତି।