ରଣଜୀ ଅଭିଯାନ: ଅହମ୍ମଦାବାଦ ଅଭିମୁଖେ ବାହାରିଲା ଓଡିଶା ଟିମ୍

କଟକ,ଏନ୍ଏନ୍ଏସ୍: ରଣଜୀ ଅଭିଯାନ ପାଇଁ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କଲା ଓଡିଶା ଦଳ। ୧୭ ତାରିଖରେ ଗୋଆ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳିବ ଟିମ ଓଡିଶା। ତେବେ ଏହି ଗସ୍ତ ପରେ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ କ୍ଵାରେଣ୍ଟଇନରେ ରହିବ ଦଳ।

ଏହାପରେ ଦୁଇ ଦିନିଆ ଅଭ୍ୟାସ କରିବ ଶୁଭ୍ରାଂଶୁ ବାହିନୀ। ଚଳିତ ରଣଜୀ ସଂସ୍କରଣରେ ଓଡିଶା ଡି ଗ୍ରୁପରେ ରହିଛି। ପ୍ରଥମ ମ୍ୟାଚରେ ଗୋଆକୁ ଭେଟିବାକୁ ଥିବାବେଳେ ଦ୍ୱିତୀୟ ଓ ତୃତୀୟରେ ଯଥାକ୍ରମେ ସୌରାଷ୍ଟ୍ର ଓ ମୁମ୍ବାଇକୁ ଭେଟିବ ଓଡିଶା ଟିମ୍। ତେବେ ଏଇ ଗସ୍ତ ପୂର୍ବରୁ ୨୦ ଜଣିଆ ଟିମ ଘୋଷଣା କରିଥିଲା ଓଡିଶା କ୍ରିକେଟ ସଂଘ। ଯେଉଁଥିରେ ଶୁଭ୍ରାଂଶୁ ସେନାପତିଙ୍କୁ ମିଳିଥିଲା ଅଧିନାୟକ ଭାର।