ଲୋକସେବା ଭବନ ପରିସରରେ କନଭେନସନ୍ ସେଣ୍ଟର୍ ଉଦଘାଟନ କରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ଲୋକସେବା ଭବନ ପରିସରରେ କନଭେନସନ୍ ସେଣ୍ଟର୍ ତଥା ଅତ୍ୟାଧୁନିକ ସମ୍ମିଳନୀ ଗୃହକୁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଖଣି, ଇସ୍ପାତ ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ୫ଟି ସଚିବ ଭି.କେ ପାଣ୍ଡିଆନ୍ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରାୟ ୪୦କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସମ୍ମିଳନୀ ଗୃହ ଦୁଇ ଥର ଉଦଘାଟନ ହେବ ବୋଲି ଆଗରୁ ତାରିଖ ଧାର୍ୟ୍ୟ ହୋଇଥିଲା। ଏପରିକି ଗତ ବର୍ଷ ଗାନ୍ଧୀ ଜୟନ୍ତୀ ସୁଦ୍ଧା ସମସ୍ତ କାମ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ, ୨୦୧୯ରେ ନିର୍ଦେଶ ଦେଇଥିଲେ। ହେଲେ ଧାର୍ୟ୍ୟ ସମୟରେ କାମ ସରି ନ ଥିବାରୁ ଏହାର ଉଦଘାଟନ ହୋଇପାରି ନ ଥିଲା। ତେବେ ଆଜି ଏହି କନଭେନସନ୍ ସେଣ୍ଟର୍ ଉଦଘାଟିତ ହୋଇଛି।