କରୋନାରେ ଆକ୍ରାନ୍ତ ଆଇଏଏସ ତୁହିନକାନ୍ତ ପାଣ୍ଡେ

ଭୁବନେଶ୍ୱର : ବଢିଚାଲିଛି କରୋନା ରୋଗୀଙ୍କ ସଂଖ୍ୟା । କାହାକୁ ବି ଛାଡୁନି ଏ ମହାମାରୀ କରୋନା । ପିଲାଠୁ ବୁଢା ସମସ୍ତଙ୍କୁ ନିଜ ଜାଲରେ ପକାଉଛି ଏହି ଭାଇରସ । ଏହାରି ଭିତରେ ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି । ତେବେ ତୁହିନକାନ୍ତଙ୍କୁ କରୋନା ହୋଇଥିବା ନେଇ ପିଟିଆଇ ସୂତ୍ରରୁ ପ୍ରକାଶ ପାଇଛି । କେନ୍ଦ୍ରର ବିନିବେଶ ବିଭାଗ ସଚିବ ହେଉଛନ୍ତି ତୁହିନକାନ୍ତ ପାଣ୍ଡେ । ୧୯୮୭ ମସିହା ଓଡିଶା କ୍ୟାଡର ଆଇଏଏସ ତୁହିନକାନ୍ତ ପାଣ୍ଡେ । ପୂର୍ବରୁ ଏହି ଆଇଏଏସ ଅଫିସର ଜଣକ ରାଜ୍ୟ ଅର୍ଥ ସଚିବ, ଆବାସିକ କମିଶନର ଥିଲେ।