ଓଡିଶା ବଜେଟ୍ : କୃଷି ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୨୦୨୧-୨୨  ଆର୍ଥିକ ବର୍ଷପାଇଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଆଜି ମୋଟ୍ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। କୃଷି ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବାବେଳେ କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ବଜେଟରେ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ସେହିପରି ପାଇପ ଯୋଗେ ପାନୀୟଜଳ ପାଇଁ ୧୨ ହଜାର କୋଟି ନିବେଶ ଲକ୍ଷ୍ୟ ରଖାଯାଇଛି। ବସୁଧା ଯୋଜନାରେ ୨୪୧୯ କୋଟି ବ୍ୟୟ ବରାଦ ଲକ୍ଷ୍ୟ ରହିଛି। ସ୍ୱଚ୍ଛଭାରତ ମିଶନ ପାଇଁ ବଜେଟରେ ୪୧୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ୩ ହଜାର ଏବଂ ସହରୀ ଶ୍ରମ ନିଯୁକ୍ତି ଯୋଜନା ମୁକ୍ତା ଆରମ୍ଭ କରାଯିବା ନେଇ ରାଜ୍ୟ ସରକାର ବଜେଟରେ ଘୋଷଣା କରିଛନ୍ତି।