୨୧ରେ ଓଡ଼ିଶା ବିଜେପୁର ଉପ ନିର୍ବାଚନ

ନୂଆଦିଲ୍ଲୀ:ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ନିର୍ବାଚନ ସହ ବିଜେପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ମହାରାଷ୍ଟ୍ର ଓ ହରିୟାଣା ନିର୍ବାଚନ ସହ ବିଜେପୁର ଉପନିର୍ବାଚନ ପାଇଁ ଅକ୍ଟୋବର ଏକୋଇଶ ତାରିଖକୁ ଧାର୍ୟ୍ୟ କରାଯାଇଛି। ଶନିବାର ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀରେ ଏ ନେଇ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୋଗ ସୁନୀଲ ଅରୋରା। ଓଡ଼ିଶା ବିଜେପୁର ଉପନିର୍ବାଚନ ୨୧ ଅକ୍ଟୋବରରେ ହେବ। ସେହିପରି ସେପ୍ଟେମ୍ବର ୩୦ରେ ନାମାଙ୍କନପତ୍ର ଦାଖଲ ଶେଷ। ୩ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ହେବ। ଏନେଇ  ସେପ୍ଟେମ୍ବର ୨୩ରେ ବିଜ୍ଞପ୍ତି ଜାରି କରାଯିବ। ସେହିପରି ୨୧ରେ ନିର୍ବାଚନ ହେବ ଓ ୨୪ରେ ଭୋଟ ଗଣତି ହେବ।

ତେବେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ଓ ବିଜେପୁର ଆସନରେ ବିଜୟ ହୋଇଥିବାବେଳେ ବିଜେପୁର ଆସନ ଛାଡ଼ିଥିଲେ। ଫଳରେ ବିଜେପୁରସିଟ୍ ଖାଲି ପଡ଼ିଛି। ଏହି ପରିପ୍ରେକ୍ଷୀରେ ବିଜେପି ପକ୍ଷରୁ ଆଶାୟୀ ପ୍ରାର୍ଥୀ ଭାବେ ସନତ ଗଡ଼ତିଆ, କଂଗ୍ରେସ ପାଇଁ ରିପୁନାଥସେଠ ଓ ବିଜେଡି ପାଇଁ ରିତା ସାହୁ ଆଶାୟୀ ରହିଛନ୍ତି। ଅନ୍ୟପଟେ ଏ ନେଇ ୩ ପ୍ରମୁଖ ଦଳ ପ୍ରସ୍ତୁତି ସାରିଥିବାବେଳେ ବିଜେଡି ସ୍ୱତନ୍ତ୍ର ନିର୍ବାଚନ ସମନ୍ୱୟ ଗଠନ କରିଛି। ସେଥିରେ ୪ଜଣ ମେମ୍ବର ରହିଛନ୍ତି। ସେମାନେ ହେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସୁଶାନ୍ତ ସିଂ, ସଞ୍ଜୟ ଦାସବର୍ମା ଓ କଲିକେଶ ସିଂ ଦେଓ ରହିଛନ୍ତି। ନିରଞ୍ଜନ ପୂଜାରୀଙ୍କୁବରପାଲି ବ୍ଲକ୍‌ ଦାୟିତ୍ୱ ଦିଆଯାଇଥିବାବେଳେ ସୁଶାନ୍ତ ସିଂଙ୍କୁ ବିଜେପୁର ସହିତ ଅନ୍ୟ ଦାୟିତ୍ୱ ଦିଆଯାଇଛି।

ସେହିପରି ମହାରାଷ୍ଟ୍ର ଓ ହରିଆଣାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଏ ନେଇ ସେପ୍ଟେମ୍ବର ୨୭ରେନୋଟିଫିକେସନ ଜାରି ହେବ । ଏବଂ ୪ ଅକ୍ଟୋବରରେ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ସେହିପରି ୫ ଅକ୍ଟୋବରରେ ଯାଞ୍ଚ ପ୍ରକ୍ରିୟା ଥିବାବେଳେ ନାମାଙ୍କନପତ୍ର ପ୍ରତ୍ୟାହାର ଅକ୍ଟୋବର ୭ରେ ହେବ। ସେହିପରି ୨୧ ଅକ୍ଟୋବରରେ ନିର୍ବାଚନ ହେବ ଓ ୨୪ରେ ଭୋଟ ଗଣତି ହେବ।