୧୮ରୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଧାନସଭାର ବଜେଟ୍ ଅଧିବେଶନ ଚଳିତମାସ ୧୮ରୁ ଆରମ୍ଭ ହେବ। ତାହା ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ। ଦୁଇଟି ପର୍ଯ୍ୟାୟରେ ହେବାକୁ ଥିବା ଏହି ଅଧିବେଶନ କାଳରେ ମୋଟ୍ ୩୧ଟି କାର୍ଯ୍ୟଦିବସ ରହିବ। ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଅଭିଭାଷଣ ରଖିବେ। ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୧-୨୨ ଆର୍ôଥକ ବର୍ଷର ବାର୍ଷିକ ବଜେଟକୁ ତେବେ ଫେବୃୟାରୀ ୨୨ରେ ଉପସ୍ଥାପନ କରିବେ।

ସୋମବାର ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି। ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଫେବୃୟାରୀ ୧୮ରୁ ୨୭ ପର୍ଯ୍ୟନ୍ତ ୯ଦିନ ପାଇଁ ବସୁଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ପର୍ଯ୍ୟନ୍ତ ବସିବ। ପ୍ରଥମ ପର୍ଯ୍ୟାୟ କେବଳ ୯ ଦିନ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୨ଦିନ ବସିବ। ଏହିଭଳି ୩୧ ଦିନ ପାଇଁ ଅଧିବେଶନର ସମସୟସୀମା ସ୍ଥିର ହୋଇଛି। ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ୨୦୨୧-୨୨ ଆର୍ôଥକ ବର୍ଷର ବଜେଟ୍ ଫେବୃୟାରୀ ୨୨ରେ ଉପସ୍ଥାପନା କରୁଥିବାବେଳେ ମାର୍ଚ୍ଚ ୩୧ରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ କରିବେ।

ଉଲ୍ଲେଖନୀୟ ଯେ, ଗତ ଶୀତ ଅଧିବେଶନ କେବଳ ୧୦ ଦିନ ଚାଲିବାକୁ ସକ୍ଷମ ହୋଇଥିଲ।।। ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାକୁ ମାସେ ପୂର୍ବରୁ ଅର୍ଥାତ ୩୦ ଦିନ ପୂର୍ବରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ କରଥିଲେ। ଉକ୍ତ ଅଧିବେଶନ କାଳରେ ୫ଟି ସରକାରୀ କାର୍ଯ୍ୟ ଦିବସ ଓ ଗୋଟିଏ ବେସରକାରୀ କାର୍ଯ୍ୟ ଦିବସ ରହିଥିଲା । ଦୁଇଟି ମୁଲତବୀ ପ୍ରସ୍ତାବ, ଗୋଟିଏ ପ୍ରସ୍ତାବ, ଗୋଟିଏ ଅନୁଦାନ ଦାବି ଉପରେ ଆଲୋଚନା ହୋଇଥିବା ବେଳେ ୭୦ଟି କାଗଜ ଉପସ୍ଥାପନ ଓ ପୁନଃ ଉପସ୍ଥାପନ ହୋଇଥିଲା। ୭ଟି ସରକାରୀ ବିଧେୟକ ପାରିତ ହୋଇଥିବାବେଳେ ତିନୋଟି ପ୍ରସଙ୍ଗରେ ବିବୃତି ପ୍ରଦାନ କରାଯାଇଥିଲା। ମୋଟ୍ ୧୩୩୨ଟି ଅଣତାରକା ପ୍ରଶ୍ନ ନୋଟିସ୍ ଗ୍ରହଣ କରାଯାଇଥିବାବେଳେ ୧୧୯୨ରେ ଉତ୍ତର ଦିଆଯାଇଥିଲା । ସେହିଭଳି ବେସରକାରୀ ସଭ୍ୟଙ୍କ ଗୋଟିଏ ବିଧେୟକ ଆଲୋଚନା ହୋଇଥିବାବେଳେ ଗୋଟିଏ ସଂକଳ୍ପ ଉପରେ ମଧ୍ୟ ଗୃହରେ ଆଲୋଚନା ହୋଇଥିଲା । ମୋଟ୍ ୪ଟି ବାର୍ଷିକ ରିପୋର୍ଟ, ୨ଟି କମିଟି ରିପୋର୍ଟ, ୩ଟି ଅଧ୍ୟାଦେଶ, ୯ଟି ସରକାରୀ ବିଧେୟକ ଉପସ୍ଥାପନ କରାଯାଇଥିଲା ।