୪୦୦କୋଟି ବ୍ୟୟରେ ଆଧୁନିକୀକରଣ ହେବ ଓଡ଼ିଶା ବିଧାନସଭା ଭବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ୪୦୦କୋଟି ଟଙ୍କାରେ ନବୀକରଣ ହେବ ଓଡ଼ିଶା ବିଧାନସଭା ଗୃହ। ତେବେ ଏହା ଭାରତର ସବୁଠାରୁ ଆଧୁନିକ ବିଧାନସଭା ହେବ ବୋଲି ବୁଧବାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି। ଏ ନେଇ ପ୍ରୟାସ ଆରମ୍ଭ ହୋଇଥିବା କହିଛନ୍ତି। ଏଥି ସହ ଏହି କାର୍ଯ୍ୟ ପାଇଁ ୪୦ କୋଟି ଟଙ୍କା ବ୍ୟୟ କରାଯିବ।

ରାଜଧାନୀରେ ଏମ୍ଏଲ୍ଏ କଲୋନୀର ରୂପରେଖ ବଦଳିବ। ୭୭ ମହଲା କୋଠାରେ ୧୪୦ଜଣବିଧାୟକଙ୍କ ରହିବା ପାଇଁ ସ୍ବତନ୍ତ୍ର ସରକାରୀ ଘର ତିଆରି ହେବ। ଏଥିରେ ମର୍ଣ୍ଣିଂ ୱାକ୍ ପାଇଁ ସୁବିଧା ରହିବ ଏଥି ସହ କଲ୍ୟାଣ ମଣ୍ଡପ ମଧ୍ୟ ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଏଥିରେ ଏମ୍ଏଲ୍ଏକଲୋନୀର କିଛି ଅଂଶ ଭଙ୍ଗାଯିବ ବୋଲି ସେ କହିଛନ୍ତି। ଏହି ଯୋଜନାକୁ ଖୁବଶୀଘ୍ର କାର୍ଯ୍ୟକାରୀ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।