ଓଡ଼ିଆ ପୁଅ ଗିରିଶ ମୁର୍ମୁ ହେଲେ ଜମ୍ମୁକଶ୍ମିରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଇଏଏସ୍ ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ କଶ୍ମିର ଲେପ୍ଟନାଣ୍ଟ ପ୍ରଥମ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି। ଶ୍ରୀଯୁକ୍ତ ମୁର୍ମୁ ମୟୂରଭଞ୍ଚ ଜିଲ୍ଲା ବେତନଟୀର ମୂଳ ବାସିନ୍ଦା ଅଟନ୍ତି। ୧୯୮୫ ବ୍ୟାଚ୍ ର ଗୁଜୁରାଟର ଆଇଏଏସ୍ କ୍ୟାଡର। ତେବେ ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ଗୋଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟରେ ଶ୍ରୀଯୁକ୍ତ ମୁର୍ମୁ ଦୀର୍ଘ ଦିନ ଧରି ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇଥିଲେ।