ଟୋକିଓ ଅଲମ୍ପିକ୍ସରେ ଓଡ଼ିଆ ଖେଳାଳି ଦୀପଗ୍ରେସଙ୍କୁ ଉପଅଧିନାୟିକା ଦାୟିତ୍ୱ

ଭୁବନେଶ୍ୱର,ଏନ୍ଏନଏସ୍: ଟୋକିଓ ଅଲମ୍ପିକ୍ସରେ ମହିଳା ହକି ଦଳରେ ଓଡ଼ିଆ ଖେଳାଳି ଦୀପଗ୍ରେସ ଇକ୍କାଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଦୀପଗ୍ରେସ ଓ ଗୋଲକିପର ସବିତା ଦଳର ଉପଅଧିନାୟିକା ଭୂମିକା ନିର୍ବାହ କରିବେ ବୋଲି ଜଣାପଡ଼ିଛି । ଉଭୟ ଖେଳାଳି ଦଳରେ ଏକ ଦଶନ୍ଧି ଧରି ଖେଳି ଆସୁଛନ୍ତି। ଅନ୍ୟପଟେ ରାନୀ ରାମପାଲ ଦଳର ନେତୃତ୍ୱ ନେବେ। ଏନେଇ ଦଳର ମୁଖ୍ୟ କୋଚ୍ ସୋଜର୍ଡ ମାରିଜନେ ସୂଚନା ଦେଇଛନ୍ତି।