ଆନ୍ତଃସଂସଦୀୟ ୟୁନିୟନ ସମ୍ମିଳନୀରେ ଯୋଗଦେବେ ଓଡ଼ିଆ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ସର୍ବିଆରେ ଅନୁଷ୍ଠିତ ହେବାକୁ ଥିବା ୧୪୧ ତମ ଆନ୍ତଃସଂସଦୀୟ ସଂଘର ବୈଠକରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଯୋଗଦେବେ। ତାଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାୟିଡୁ ଚୟନ କରିଛନ୍ତି। ଏନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ଶ୍ରୀ ପାତ୍ରଙ୍କୁ ଏକ ଚିଠି ଲେଖି ଅବଗତ କରାଯାଇଛି। ସର୍ବିଆର ବେଲଗ୍ରେଡରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତ ପକ୍ଷରୁ ଲୋକସଭା ବାଚସ୍ପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଯୋଗଦେବେ। ଏହି ପ୍ରତିନିଧିଙ୍କ ମଧ୍ୟରେ ଓଡ଼ିଆ ସାଂସଦ ଶ୍ରୀ ପାତ୍ରଙ୍କୁ ସ୍ଥାନ ମିଳିଛି। ଏଥିପାଇଁ ଶ୍ରୀ ପାତ୍ରଙ୍କୁ ଔପଚାରିକ ଭାବେ ପ୍ରସ୍ତୁତ ହେବାକୁ କୁହାଯାଇଛି।