ହନିଟ୍ରାପରେ ଫସିଲେ ଓଡ଼ିଆ ଯବାନ, ୫ ଦିନିଆ ରିମାଣ୍ଡରେ ନେଲା ଗୁଇନ୍ଦା ପୁଲିସ

ଜୟପୁର,ଏନ୍ଏନ୍ଏସ୍: ହନିଟ୍ରାପରେ ଫସିଲେ ଓଡ଼ିଆ ଯବାନ। ସୋସିଆଲ ମିଡିଆରେ ମହିଳ।। ଆଇଏସଆଇ ଏଜେଣ୍ଟଙ୍କ ତଥ୍ୟ ଦେବା ଅଭିଯୋଗରେ ଓଡିଆ ଯବାନ ବିଚିତ୍ର ବେହେରାଙ୍କୁ ରାଜସ୍ଥାନ ଗୁଇନ୍ଦା(ସିଆଇଡି) ଗିରଫ କରି କୋର୍ଟଚାଲାଣ କରିଥିଲା। ଆଜି ସମ୍ପୃକ୍ତ ଯବାନଙ୍କୁ କୋର୍ଟ ଜୟପୁର କୋର୍ଟରେ ହାଜର କରାଯାଇଥିଲା । ତେବେ କୋର୍ଟ ରାଜସ୍ଥାନ ଗୁଇନ୍ଦା ପୁଲିସକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ପ୍ରକାଶ ଥାଉକି ବିଚିତ୍ର ପୋଖରନରେ ନିଯୁକ୍ତି ପାଇଥିଲେ। ଜଣେ ମହିଳା ଆଇଏସଆଇ ଏଜେଣ୍ଟଙ୍କ ସହିତ ୨ ବର୍ଷ ଧରି ଫେସବୁକ ଓ ୱାଟ୍ସଆପରେ ବିଚିତ୍ର ନିୟମିତ କଥା ହେଉଥିଲେ। ଏହାସହ ବିଚିତ୍ର ସମ୍ପୃକ୍ତ ଏଜେଣ୍ଟକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗରେ ଗୁଇନ୍ଦା ପୁଲିସ ତାଙ୍କୁ ଗିରଫ କରିଥିଲା।