ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲରେ ୨ ଓଡିଆ ଆଇଏଫଏସ ଅଧିକାରୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ନିଯୁକ୍ତ ହେଲେ ଓଡ଼ିଶାର ଆଇଏଫଏସ୍ ଅଧିକାରୀ ରାଜ୍ୟ ବନ ମହାନିର୍ଦ୍ଦେଶକ ସିଦ୍ଧାନ୍ତ ଦାସ ଏବଂ ଅତିରିକ୍ତ ବନ ମହାନିର୍ଦ୍ଦେଶକ ସାଇବଲ ଦାସଗୁପ୍ତଙ୍କୁ ୫ ବର୍ଷ ପାଇଁ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲରେ ବିଷେଶଜ୍ଞ ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି। ୧୯୮୨ ବ୍ୟାଚର ଭାରତୀୟ ବନ ସେବା(ଆଇଏଫଏସ) ଅଧିକାରୀ ସିଦ୍ଧାନ୍ତ ଦାସ ଏହା ପୂର୍ବରୁ ମୁଖ୍ୟ ବନ୍ୟ ସଂରକ୍ଷକ(ପିସିସିଏଫ) ଭାବରେ କାର୍ଯ୍ୟ କରିସାରିଛନ୍ତି।

ଶ୍ରୀ ଦାସ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି। ଜାତୀୟ ଗ୍ରୀନ୍ ଟ୍ରିବୁନାଲରେ ବିଷେଶଜ୍ଞ ସଦସ୍ୟ ଭାବରେ ନିଯୁକ୍ତ ହୋଇଥିବା ସାଇବଲ ଦାସଗୁପ୍ତା ୧୯୮୪ ବ୍ୟାଚର ଆଇଏଫଏସ୍ ଅଫିସର ।