ମାଉଣ୍ଟ ଏଲବୃସ ଶିଖରରେ ଓଡ଼ିଆ ଝିଅ ଲିପିକା

ବରଗଡ଼,ଏନ୍ଏନ୍ଏସ୍: ବରଗଡ଼ ଜିଲ୍ଲା ଡାଲବ ଗ୍ରାମର ଲିପିକା ସେଟ ୟୁରୋପ ମହାଦେଶ ତଥା ଋଷିଆର ସର୍ବୋଚ୍ଚ ଉଚ୍ଚତମ ପର୍ବତ ଶୃଙ୍ଗ ମାଉଣ୍ଟ ଏଲବୃସ(୫୬୪୨ମିଟର)କୁ ସଫଳତାର ସହ ଆରୋହଣ କରିଛନ୍ତି।

ସୂଚନା ଅନୁଯାୟୀ ପିତା ଲକ୍ଷ୍ମଣ ସେଟ ଓ ମାତା ଅନୁସୟା ସେଟଙ୍କ ଦ୍ୱିତୀୟ କନ୍ୟା ଲିପିକା ସେଟ ଜଣେ ପର୍ବତରୋହି ଅଟନ୍ତି। ସେ ମାଉଣ୍ଟ ଏଲବୃଷ ଆରୋହଣ ପାଇଁ ସେପ୍ଟେମ୍ବର ୨୮ରେ ଯାଇଥିଲେ। ଏହି ଅଭିଯାନରେ ବିଭିନ୍ନ ଦେଶର ବହୁ ପର୍ବତ ଆରୋହୀ ଯୋଗଦେଇଥିଲେ। ଏହି ଅଭିଯାନ ଗତ ୮ତାରିଖରେ ଶେଷ ହୋଇଥିବାବେଳେ ଏଥିରେ ଓଡ଼ିଆ ଝିଅ ଲିପିକା ପ୍ରଥମ ହୋଇ ଦେଶ ଓ ରାଜ୍ୟ ପାଇଁ ଗର୍ବ ଆଣିଛନ୍ତି।

ସେହିପରି ୨୦୧୮ରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମାଂଜାରୋ (୫୮୯୫ମିଟର)କୁ ସଫଳତାର ସହ ଆରୋହଣ କରିଥିଲେ।