ଆଇପିଏଲ-୨୦୨୦ ଖେଳିବା ପାଇଁ ଓଡ଼ିଶାର ପପୁ ରାୟଙ୍କୁ ସୁଯୋଗ

ମୁମ୍ବଇ: ଆଇପିଏଲ୍‌-୨୦୨୦ରେ ଓଡ଼ିଶାର ବାମ ହାତୀ ସ୍ପିନର ପପୁ ରାୟଙ୍କୁ ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ସେ ୨୦୧୯ ଚାମ୍ପିଅନ ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ଆଇପିଏଲ ଖେଳିପାରନ୍ତି ବୋଲି ପପୁ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।

ପପୁ ଓଡ଼ିଶା ପକ୍ଷରୁ ରଣଜୀ ଖେଳୁଛନ୍ତି। ଆସନ୍ତା ୨୨ତାରିଖରେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରାଏଲ ମ୍ୟାଚ୍‌ ଆୟୋଜନ କରିବ। ଏଥିରେ ଖେଳିବା ପାଇଁ ମୁମ୍ବଇ ଇଣ୍ଡିଆନ୍ସ ପକ୍ଷରୁ ପପୁଙ୍କୁ ନିମନ୍ତ୍ରଣ କରାଯାଇଛି। ଯଦି ପପୁ ଏଠାରେ ଭଲ ପ୍ରଦର୍ଶନ କରିନ୍ତି, ତେବେ ତାଙ୍କୁ ମୁମ୍ବଇ ଇଣ୍ଡିଆନ୍ସ ଆଇପିଏଲରେ ନିଜ ସହ ସାମିଲ କରିବାର ସମ୍ଭାବନା ରହିଛି।