ଦିଲ୍ଲୀରେ ଅଡ୍-ଇଭେନ ନିୟମ ଆରମ୍ଭ

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ବର୍ତ୍ତମାନ ଦିଲ୍ଲୀ ପ୍ରଦୂଷଣରେ ବୁଡ଼ି ରହିଥିବାବେଳେ ସେଠାକାର ପରିବେଶ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ଅନେକ କଡ଼ା ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ଦୃଷ୍ଟିରେ ରଖି ସୋମବାରଠାରୁ ଏଠାରେ ଅଡ୍‌-ଇଭିନ ନିୟମ ଲାଗୁ କରାଯାଇଛି।

ଏହି ନିୟମଟି ସକାଳ ୮ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି ନଭେମ୍ବର ୧୫ ପର୍ଯ୍ୟନ୍ତ ଏହାକୁ ପାଳନ କରାଯିବ।

ଏହି ନିୟମ ଅନୁସାରେ ଯେଉଁ ଗାଡ଼ି ରେଜିଷ୍ଟ୍ରେସନର ଶେଷ ନମ୍ବର ଅଯୁଗ୍ମ ଥିବ ସେଗୁଡ଼ିକ ଅଯୁଗ୍ମ ତାରିଖରେ ଚାଲିବ ଓ ଯେଉଁ ଗାଡ଼ିଗୁଡ଼ିକର ରେଜିଷ୍ଟ୍ରେସନର ଶେଷ ନମ୍ବର ଯୁଗ୍ମ ଥିବ ତାହା ଯୁଗ୍ମ ତାରିଖରେ ଚାଲିବ। ତେବେ ଏହି ନିୟମରେ ଉଲଂଘନ କରାଗଲେ ୪ ହଜାର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

ସୋମବାର ନିୟମ ଲାଗୁ ହେବା ପରେ କେତେକଙ୍କ ଠାରୁ ଜରିମାନା ଆଦାୟ କରାଯାଇଥିବା ଦିଲ୍ଲୀ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।