ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ଗୁଣବତ୍ତାର ସ୍ଥିତି ଖରାପ ହେବା ମଧ୍ୟରେ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସାମ୍ବାଦିକ ସମ୍ମିଳନୀରେ ବଡ଼ ଘୋଷଣା କରିଛନ୍ତି । ପଲ୍ୟୁସନ କଣ୍ଟ୍ରୋଲ କରିବା ପାଇଁ ଦିଲ୍ଲୀରେ ଅନେକ ନୂଆ ନିୟମ ଲାଗୁ କରାଯାଇଛି । ଏଥିରେ ସବୁଠୁ ବଡ଼ ହେଉଛି ଅଡ଼-ଇଭନ ନିୟମ । ଏହା ଅନ୍ତର୍ଗତ ସଡ଼କରେ କିଛିଦିନ କେବଳ ଅଡ ନମ୍ବର ଗାଡ଼ି ଚାଲିବ ଏବଂ ଆଉ କିଛିଦିନ ଇଭନ ନମ୍ବର ଗାଡ଼ି ଚାଲିବ । ଏଥିପାଇଁ ସେଡ୍ୟୁଲ ଜାରୀ କରାଯିବ । କିନ୍ତୁ ଗୋଟିଏ ସପ୍ତାହ ମଧ୍ୟରେ ଏହାର ସମୀକ୍ଷା କରାଯିବ । ଏହାପରେ ସରକାର ସ୍ଥିର କରିବେ ଏହି ନିୟମ ଆଗକୁ ଜାରୀ କରାଯିବ କି ନାହିଁ ।
ପରିବେଶ ମନ୍ତ୍ରୀ ଗୋପାଳ ରାୟ ଆହୁରି କହିଛନ୍ତି ଯେ, ପ୍ରଦୂଷଣ ଲଗାତାର ବଢ଼ୁଛି । ବିଶେଷଜ୍ଞଙ୍କ କହିବାନୁସାରେ ଲଗାତାର ତାପମାତ୍ରା କମିବା ଏବଂ ପବନର ବେଗ କମିବା ଏହାର ମୁଖ୍ୟ କାରଣ । ଏହା ଆଜି ୪୩୬ ହୋଇଯାଇଛି । ଦିଲ୍ଲୀରେ ପ୍ରଦୂଷଣ କମ୍ କରିବା ପାଇଁ ୩୬୫ ଦିନ କାମ କରାଯିବ ।