ଅକ୍ଟୋବର ୫ରୁ ୭ତାରିଖ ପର୍ଯ୍ୟନ୍ତ ଆରଟିଓରେ ପଞ୍ଜିକରଣ ହେବ ନୂତନ ଗାଡ଼ି

ଭୁବନେଶ୍ୱର,ଏନ୍ଏନ୍ଏସ୍: ଦଶହରାରେ ମଧ୍ୟ ଖୋଲା ରହିବ ଆରଟିଓ ଅଫିସ। ତେବେ ଏହି ପରିପ୍ରେକ୍ଷୀରେ ଆସନ୍ତା ୫ତାରିଖରୁ ୭ତାରିଖ ପର୍ଯ୍ୟନ୍ତ କେବଳ ନୂଆଗାଡ଼ି ରେଜିଷ୍ଟ୍ରେସନ କରାଯିବ ବୋଲି ପରିବହନ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏ ନେଇ ପ୍ରତିଦିନ ଦୁଇ ଘଣ୍ଟା ପାଇଁ ନୂଆଗାଡ଼ି ପଞ୍ଜିକରଣ କରାଯିବ। ଏମିତିକି ବିନା ରେଜିଷ୍ଟ୍ରେସନରେ ଯେଉଁଭଳି ଗାଡ଼ି ବିକ୍ରି ନହୁଏ ସେନେଇ କମିଶନର ଆରଟିଓମାନଙ୍କୁ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଅକ୍ଟୋର ୫ରୁ ୮ତାରିଖ ପର୍ଯ୍ୟନ୍ତ ପୂଜା ଛୁଟି ରହୁଥିବାରୁ ଲର୍ଣ୍ଣର ଲାଇସେନ୍ସ ଓ ଡ୍ରାଇଭିଂ ଲାଇସେନ୍ସ ଦିଆଯିବ ନାହିଁ।