ଅକ୍ଟୋବର ୧୮ ସୁଦ୍ଧା ଅଯୋଧ୍ୟା ବିବାଦର ଶୁଣାଣି ଶେଷ କରିବା ଉଚ୍ଚିତ: ରଞ୍ଜନ ଗୋଗୋଇ

ନୂଆଦିଲ୍ଲୀ,ଏଜେନ୍ସି: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ସମୟରେ ସୁପ୍ରିମ୍‌ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅକେ୍‍ଟାବର ୧୮ ଏହାର ଶେଷ ତାରିଖ ବୋଲି କହିଛନ୍‍ତି। ତେବେ ଏ ନେଇ ଆସନ୍ତା ୧୮ତାରିଖରେ ଯୁକ୍ତିତର୍କ ଶେଷ ହେବା ଉଚ୍ଚିତ ବୋଲି କହିଛନ୍ତି।
ସେହିପରି ନଭେମ୍ବର ବିଚାରପତିଙ୍କ କାର୍ଯ୍ୟକାଳ ସରୁଥିବାବେଳେ ଯଦି ୪ସପ୍ତାହ ମଧ୍ୟରେ ରାୟ ଶୁଣାଯାଏ ତେବେ ଅଦାଲତ ଅପୂର୍ବ ସଫଳତା ହାସଲ କରିବ। ଏ ନେଇ ଆସନ୍ତା ୧୮ତାରିଖକୁ ଶେଷ ତାରିଖ ବୋଲି ଧାର୍ୟ୍ୟ କରି ଶ୍ରୀ ଗୋଗୋଇ ଦୀପାବଳି ଛୁଟିକୁ ଦୃଷ୍ଟିରେ ରଖି ଯୁକ୍ତିତର୍କ ଶେଷ କରାଯିବା ଉଚିତ ବୋଲି କହିଛନ୍ତି। ସେହିପରି ଶନିବାର ଅଧିକ ସମୟଯାଏଁ କାମ କରି ଦୀର୍ଘଦିନ ଧରି ପଡ଼ି ରହିଥିବା ରାମଜନ୍ମଭୂମି- ବାବ୍ରି ମସ୍‌ଜିଦ୍‌ ଜମି ମାଲିକାନା ବିବାଦର ଶୁଣାଣି ଶେଷ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ। ସେହିପରି ଯଦି ସେମାନେ ଚାହାନ୍ତି ମଧ୍ୟସ୍ଥତା କରି ଏହାର ସମାଧାନ ସୂତ୍ର କାଢ଼ି ପାରିବେ ବୋଲି ଖଣ୍ଡପୀଠ କହିଛନ୍ତି।