ଓସିଏ ପକ୍ଷରୁ କୋଚ୍ ଘୋଷଣା

  • କଟକ: ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ପକ୍ଷରୁ ଆଜି କୋଚ୍ ଘୋଷଣା କରାଯାଇଛି। ୨୦୨୧-୨୨ ରଣଜୀ ଟ୍ରଫି ପାଇଁ ବୋଲିଂ କୋଚ୍ ହେଲେ ସଞ୍ଜୟ ଶତପଥୀ। ଓଡ଼ିଶା କ୍ରିକେଟ୍ ଟିମ୍ର ଫିଲ୍ଡିଂ କୋଚ୍ଭାବେ ଗୌତମ ଗୋପାଳଙ୍କ ନାମ ଘୋଷଣା କରାଯାଇଛି। ୨୩ ବର୍ଷରୁ କମ୍ ଓଡ଼ିଶା ଟିମ୍ ପାଇଁ ନଟରାଜ ବେହେରା ବ୍ୟାଟିଂ କୋଚ୍ ଓ ରାକେଶ ମହାନ୍ତି ବୋଲିଂ କୋଚ୍। ୧୪, ୧୬ ଓ ୧୯ ବର୍ଷରୁ କମ୍ ଟିମ୍ ପାଇଁ ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟ କୋଚ୍। ସିନିଅର୍ ମହିଳା ଦଳ ପାଇଁ ସୁରେଶ କୁମାର ରାଉତ ଓ ବିକାଶ ପତି ବ୍ୟାଟିଂ କୋଚ୍।