ପଙ୍କଜ ସଭାପତି, ସଞ୍ଜୟ ସମ୍ପାଦକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲାର ପଙ୍କଜ ଲୋଚନ ମହାନ୍ତି ଏବଂ କଟକ ଜିଲ୍ଲାର ସଞ୍ଜୟ ବେହେରା ଓଡ଼ିଶା କ୍ରିକେଟ ଆସୋସିଏସନର ନୂଆ ସଭାପତି ଏବଂ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ଏହା ସହ ଆଶୀର୍ବାଦ ବେହେରାଙ୍କ ପ୍ୟାନେଲ ଆସନ୍ତା ୩ ବର୍ଷ ଲାଗି ସମସ୍ତ ପଦବୀରେ ବିଜୟୀ ହୋଇଛନ୍ତି । ଲୋଧା କମିଟି ସୁପାରିସ୍ ଏବଂ ନୁଆ ସମ୍ବିଧାନ ଅନୁଯାୟୀ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଉପସଭାପତି ଭାବେ ଅନୁଗୋଳର ଅକ୍ଷୟ ସାମନ୍ତ, ଯୁଗ୍ମସମ୍ପାଦକ ଭାବେ ମେହତାବ ଖାନ ନିର୍ବାଚିତ ହୋଇଛନ୍ତି । ଖୋର୍ଦ୍ଧାର ବିକାଶ କୁମାର ପ୍ରଧାନ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିଲା ବେଳେ ଆପେକ୍ସ କାଉନ୍ସିଲର ସଦସ୍ୟଭାବେ କେନ୍ଦ୍ରାପଡ଼ାର ଶୁଭାଶିଷ ସେନାପତି ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।