ପ୍ରକାଶ ପାଇଲା ଓଏଏସ ରେଜଲ୍ଟ: ୨୧୮ କୃତକାର୍ଯ୍ୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡିଶା ସିଭିଲ ସର୍ଭିସ ପରୀକ୍ଷା-୨୦୧୮ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି। ଏହି ପରୀକ୍ଷାରେ ୨୧୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ମହିଳା ପରୀକ୍ଷାର୍ଥୀ ରହିଛନ୍ତି ୭୨। ଓଏଏସ ପରୀକ୍ଷାରେ ଦେବାଶିଷ ପଣ୍ଡା ଟପ୍ପର ହୋଇଛନ୍ତି। ସେହିପରି ୨ୟରେ ରୁତୁପର୍ଣ୍ଣା ମହାପାତ୍ର, ୩ରେ ଆକାଶ କୁମାର ପଣ୍ଡା, ୪ର୍ଥ ସନ୍ତୋଷିନୀ ଦାଶ ଓ ୫ମ ସ୍ଥାନରେ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା ରହିଛନ୍ତି।