ଓଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ସରକାର ଆଜି ଓଏଏସ ସ୍ତରରେ ଅଦଳବଦଳ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ, ୧୩ ଜଣ ଓଏଏସ ଅଫିସରଙ୍କୁ ବଦଳି କରାଯିବା ସହ ନୂତନ ନିଯୁକ୍ତି ଦିଆଯାଇଛି। ଏହିକ୍ରମରେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ ଥିବା ବିଶ୍ୱଜିତ ରାୟଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକର ବିଡିଓ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ସୁନ୍ଦରଗଡ଼ କଲେକ୍ଟରେଟରେ ଥିବା ଜନ୍ମଜେୟ ବେହେରାଙ୍କୁ ନବରଙ୍ଗପୁରର ବିଡିଓ ଭାବେ ଦାୟିତ୍ୱ ମିଳିଛି। ସୁନ୍ଦରଗଡ଼ କଲକ୍ଟରେଟର ଅବସ୍ଥାପିତ ଥିବା ଶରତ କୁମାର ସେଠୀଙ୍କୁ ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର ବିଡିଓ ଭାବେ ଦାୟିତ୍ୱ ମିଳିଛି। ବୋଲଗଡ ବିଡିଓ ଥିବା ଡ. ଶୁଭଶ୍ରୀଙ୍କୁ ତ୍ରିପାଠୀଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବିଡିଓ ଭାବେ ଦାୟିତ୍ୱ ମିଳିଛି। ଢେଙ୍କାନାଳରେ ଅନୁଗୁଳୁ-ଡୁବୁରୀ-ସୁକିନ୍ଦାର ରୋଡ୍ ଲିଙ୍କ ପ୍ରୋଜେକ୍ଟର ଏଲଏଓଠ ଥିବା ଧୋବେଇ ନାଏକଙ୍କୁ ଖୋର୍ଦ୍ଧା ବୋଲଗଡର ବିଡିଓ ଭାବେ ଦାୟିତ୍ୱ ମିଳିଛି।

ସେହିପରି ବୋଲଗଡ ତହସିଲଦାର ଭାବେ ଅବସ୍ଥାପିତ ଥିବା ମୋନାଲିସା ପଣ୍ଡାଙ୍କୁ ଭୁବନେଶ୍ୱର ଆଦର୍ଶ ବିଦ୍ୟାଳୟ ସମିତିର ଓଏସଡି ଭାବେ ଦାୟିତ୍ୱ ମିଳିଛି। ପୁରୀ କଲେକ୍ଟରେଟରେ ଟିଆରଓ ଥିବା ପ୍ରଶାନ୍ତ କୁମାର ଜେନାଙ୍କୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ତହସିଲଦାର ରୂପେ ନିଯୁକ୍ତି ମିଳିଥିବା ବେଳେ ନର୍ଲା ବିଡିଓ ଥିବା ବ୍ୟାସଦେବ ବେହେରାଙ୍କୁ ସୁବର୍ଣ୍ଣପୁରର ବିନିକା ବ୍ଲକର ବିଡିଓ ଭାବେ ଦାୟିତ୍ୱ ମିଳିଛି। ଗୁଡାରୀର ବିଡିଓ ଥିବା ନୃସିଂହ ଚରଣ ସେଠୀଙ୍କୁ କଳାହାଣ୍ଡି ନର୍ଲା ବ୍ଲକର ବିଡିଓ ଭାବେ ଦାୟିତ୍ୱ ଦିଆଯାଇଛି। ସେହିଭଳି ଗୁଣୁପୁରର ଅତିରିକ୍ତ ଜିଲ୍ଲାପାଳ ଦାୟିତ୍ୱରେ ଥିବା ରୀନା ପ୍ରଧାନଙ୍କୁ ରାୟଗଡା ଗୁଡାରୀ ବ୍ଲକର ବିଡିଓ, ବଲାଙ୍ଗିର କଲେକ୍ଟରେଟ ଟିଆରଓ ଥିବା ବିଶ୍ୱନାଥ ସାହୁଙ୍କୁ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାର ବିଡିଓ, କୋରାପୁଟର ଉପଜିଲ୍ଲାପାଳ ଥିବା ଦିଲ୍ଲୀପ କୁମାର ପଟ୍ଟନାୟକଙ୍କୁ କୋରାପୁଟ ଲକ୍ଷ୍ମୀପୁର ବ୍ଲକର ବିଡିଓ, ଭଦ୍ରକ ତହସିଲଦାର ଜ୍ୟୋତିବିକାଶ ଦାସଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲିବ୍ଲକର ବିଡିଓ ଭାବେ ଦାୟିତ୍ୱ ମିଳିଛି।

ସେହିପରି ବିନିକା ବିଡିଓ ଥିବା ବିଶ୍ୱରଞ୍ଜନ ମଲ୍ଲିକଙ୍କୁ ବଲାଙ୍ଗିର ଲୋୟର ଶୁକତେଲ ପ୍ରକଳ୍ପରେ ବିଭାଗୀୟ ଅଧିକାରୀ ରୂପେ ନିଯୁକ୍ତି ଦିଆଯାଇଛି। ସେହିପରି ନବରଙ୍ଗପୁର ବିଡିଓ ଥିବା ଲଲିତ ମଣ୍ଡଳଙ୍କୁ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳର ଦାୟିତ୍ୱ ଦିଆଯାଇଛି। ରାଇଘର ବିଡିଓ ଥିବା ଯୁଧିଷ୍ଟୀର ନାୟକଙ୍କୁ ଗଜପତିର ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ୱ ମିଳିଛି। ଜଟଣୀର ବିଡିଓ ବାସୁଦେବ ମାହାରୀଙ୍କୁ ରାଜସ୍ୱ ବିଭାଗରେ ନିଯୁକ୍ତି ମିଳିଛି। ଯଶୀପୁର ବିଡିଓ ଅନୁପମା ଘୋଷଙ୍କୁ ଭଦ୍ରକର ଅତିରିକ୍ତ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି। ଲାଠିକଠା ବିଡିଓ ଥିବା ତାପସ କୁମାର ସେଠୀଙ୍କୁ ରାଜସ୍ୱ ବିଭାଗରେ ନିଯୁକ୍ତି ମିଳିଛି।