ନର୍ସ ନିହାରିକା ହତ୍ୟା ମାମଲା, ପୁଲିସରେ ଆତ୍ମସମର୍ପଣ କଲା ରାଜା

ନର୍ସ ନିହାରିକା ହତ୍ୟା ଘଟଣାରେ ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଶୁକ୍ରବାର ତା’ର ବୟଫ୍ରେଣ୍ଡ ରାଜା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ସୂଚନା ଅନୁଯାୟୀ  ଗତ ୮ ତାରିଖରୁ ନିଜେ ଚାକିରି କରୁଥିବା ଏକ କ୍ଲିନିକରୁ କିଶୋର ଆଞ୍ଚଲ ସହିତ ନିହାରିକା ବାହାରିଯାଇଥିଲେ। ସେହିଦିନ ଠାରୁ ନର୍ସ ନିହାରିକା ନିଖୋଜ ଥିଲେ।

ତେବେ ୨ଦିନ ତଳେ ବିଷ୍ମୟ ଜନକ ଅବସ୍ଥାରେ ତାଙ୍କର ମୃତଦେହ ବିଲୁଆଖାଇ ପଠାରୁ ଉଦ୍ଧାର କରାଯାଇଥିଲା। ହତଗୋଡ଼ ବନ୍ଧା ଏକ ବସ୍ତାରୁ ପୁଲିସ ନିହାରିକାର ମୃତ ଦେହ ଉଦ୍ଧାର କରିଥିଲା। ତା’ପରଠାରୁ କିଶୋର  ନିଖୋଜ ଥିଲା। ସୂଚନା ଅନୁସାରେ ବିରିଡ଼ି ସ୍ଥିତ ନିଜ ମାମୁ ଘରକୁ ଯିବା ଆସିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ତେବେ ସେମାନେ ବିବାହ ପାଇଁ ନିଷ୍ପତ୍ତି ନେଇଥିବା ସାଧାରଣରେ କୁହାଯାଉଛି। ତେବେ ନିହାରିକାଙ୍କ ମୃତ୍ୟୁ ପରେ ନିଖୋଜ ଥିବା ରାଜା ଆଜି ପୁଲିସରେ ସମର୍ପଣ କରିଛି। ତେବେ ଏ ନେଇ ପୁଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।