ପ୍ରେମରେ କଳଙ୍କ: ପ୍ରେମିକାକୁ ମାରି ନଦୀରେ ଫିଙ୍ଗିଲା ପ୍ରେମିକ !

ଜଗତସିଂହପୁର,ଏନ୍ଏନ୍ଏସ୍ : ନର୍ସକୁ ମାରି ଅଖାରେ ଫିଙ୍ଗିଦେଇଥିଲା ପ୍ରେମିକ। ଏପରି ଅଭିଯୋଗ ଜଗତସିଂପୁରରୁ ଆସିଛି। ମୃତ ନର୍ସଙ୍କ ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ ମାମଲା ରୁଜୁ କରି ସାଇଂଟଫିକ ଟିମ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ ରୁଛି।
ଅନ୍ୟପକ୍ଷରେ ମୃତ ନର୍ସଙ୍କ ପ୍ରେମିକ କିଏ? ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ। ଭୁବନେଶ୍ୱର ବାଲିପାଟଣା ଥାନା ଅର୍ନ୍ତଗତ ଭିଙ୍ଗାପୁର ଗାଁରେ ନିହାରିକା ପାତ୍ର କଟକର ଏକ ନର୍ସିଂହୋମରେ ନର୍ସ ଭାବେ କାର୍ଯ୍ୟରତ ଥିଲେ। ସେ ୯ଦିନ ହେଲା ନିଖୋଜ ଥିଲେ। ପରିବାର ଲୋକ ଚାରିଆଡ଼େ ଖୋଜାଖୋଜି କରିଲେ ମଧ୍ୟ ପାଉ ନଥିଲେ। ସବୁ ଆଡ଼େ ନିରାଶ ହୋଇ ପରିବାର ଲୋକ ଗତ ୯ତାରିଖରେ ନିଖୋଜ ନେଇ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରୁଥିଲା। ମଙ୍ଗଳବାର ଜଗତସିଂପୁର ଜିଲ୍ଲା ବିରିଡ଼ି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାର ଦୋଗଛିଆ ନୂଆପାରି ନିକଟରୁ ଏକ ଅଖାରୁ ବନ୍ଧା ହୋଇଥିବା ଅବସ୍ଥାରେ ଯୁବତୀଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ଏନେଇ ମଧୁପାଟଣା ଥାନାକୁ ଖବର ଯିଆଯାଇଛି। ପରେ ମଧୁପାଟଣା ଥାନା ପକ୍ଷରୁ ନିହାରିକାଙ୍କ ପରିବାର ଲୋକଙ୍କ ସହିତ ଯୋଗାଯୋଗ କରଯାଇଥିଲା। ନିହାରିକାଙ୍କ ମା’ ଭଉଣୀ, ଭିଣୋଇ ଥାନାରେ ପହଁଂଚି ତାଙ୍କ ଡ୍ରେସରୁ ଚିହ୍ନିଥିଲେ , ମୋ ଝିଅ ବୋଲି ପରିବାର ଲୋକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।