ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ୱରରେ ଆଜି ଆଉ ୧୪୭ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪୪ଜଣ ଓ ସ୍ଥାନୀୟ ସଂକ୍ରମଣ ୧୦୩ଜଣ ରହିଛନ୍ତି। ଅନ୍ୟପଟେ ୧୮୪ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ଆକ୍ରାନଙ୍କ ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ୱରରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ଲକ୍ଷ ୧୨ହଜାର ୩୨୬କୁ ବୃଦ୍ଧି ପାଇଥିବାବେଳେ ୧ଲକ୍ଷ ୭୯ଜାର ୬୦୯ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୧୦୧୫ ଜଣଙ୍କର ମୃତ୍ୟୁ ଘଟିଛି ଓ ୩୬୮୧ଜଣ ଚିକିତ୍ସିତ ହେଉଛନ୍ତି।