ନୂଆଦିଲ୍ଲୀ : ଦେଶରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ଦିନକୁଦିନ କମୁଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଗତ ୨୪ ଘଣ୍ଟାରେ ୩୭ ହଜାର ୯୭୫ ନୂଆ ମାମଲା ସାମ୍ନାକୁ ଆସିଥିବାବେଳେ ୪୮୦ ଜଣଙ୍କର ମୃତ୍ୟୁ ଘଟିଛି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ଲକ୍ଷ ୭୭ ହଜାର ୮୪୧ ହୋଇଥିବାବେଳେ ୧ଲକ୍ଷ ୩୪ହଜାର ୨୧୮ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୮୬ଲକ୍ଷ ୪ ହଜାର ୯୫୫ ଜଣ ସୁସ୍ଥ ହୋଇଛନ୍ତି ଓ ୪ଲକ୍ଷ ୩୮ ହଜାର ୬୬୭ ଜଣ ଚିକିତ୍ସିତ ହେଉଛନ୍ତି।
ରାଜଧାନୀ ଦିଲ୍ଲୀରେ ବଢ଼ୁଥିବା ନୂଆ ଆକ୍ରାନ୍ତ ଓ ମୃତ୍ୟୁ ମାମଲା ଚିନ୍ତାର ବିଷୟ ପାଲଟିଛି। ପ୍ରତି ଘଣ୍ଟାରେ ୫ ଜଣଙ୍କର ମୃତ୍ୟୁ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ମୋଟ ୧୨୧ ଜଣଙ୍କର ମୃତ୍ୟୁ ଘଟିଛି। ଦିଲ୍ଲୀରେ ଲଗାତାର ଭାବେ ଚତୁର୍ଥ ଦିନରେ ମୃତ୍ୟୁ ସଂଖ୍ୟା ୧୦୦ ଟପିଯାଇଛି। ଫଳରେ ମୋଟ ମୃତ୍ୟୁସଂଖ୍ୟା ୮ ହଜାର ୫୧୨କୁ ବୃଦ୍ଧି ପାଇଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଖୁବ୍ ଚିନ୍ତିତ ଅଛନ୍ତି ସେଥିପାଇଁ ମାସ୍କ ନପିନ୍ଧିଲେ ୫୦୦ ପରିବର୍ତ୍ତେ ୨ ହଜାର ଟଙ୍କା ଜୋରିମାନା ବଢ଼ାଇ ଦେଇଛନ୍ତି।