ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ହଜାରରୁ କମ୍ : ୪ ଲକ୍ଷ ସଂକ୍ରମିତଙ୍କ ଚିକିତ୍ସା ଜାରି

ନୂଆଦିଲ୍ଲୀ: ଭାରତରେ ନୂଆ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାରରୁ ତଳକୁ ଖସି ଆସିଛି। ଦେଶରେ ଗତ ୨୪ ଘଣ୍ଟାରେ ୩୬ ହଜାର ୫୯୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ଅନ୍ୟପଟେ ୫୪୦ ଜଣ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଅନ୍ୟପଟେ ଦିନକରେ ୪୨ ହଜାର ୯୧୬ ଜଣ ଆରୋଗ୍ୟ ଲାଭ କରିଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ମାମଲାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ସ୍ଥାନରେ ରହିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟାରେ ଭାରତ ଷଷ୍ଠ ସ୍ଥାନରେ ରହିଥିବା ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ମୁତାବିକ, ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୭୧ ହଜାରକୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୦ ଲକ୍ଷ ୧୬ ହଜାର ଲୋକ କରୋନାକୁ ମାତ ଦେଇ ସୁସ୍ଥ ହୋଇଛନ୍ତି ଓ ୧ଲକ୍ଷ ୩୯ ହଜାର ୧୮୮ ଲୋକ ପ୍ରାଣ ହରାଇଛନ୍ତି। ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଖସି ୪ଲକ୍ଷ ୧୬ ହଜାରରେ ପହଞ୍ଚିଯାଇଛି।