ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଚିନ୍ତାର କାରଣ ପାଲଟିଛି

ନୂଆଦିଲ୍ଲୀ,ଏନ୍ଏନ୍ଏସ୍: ଭାରତରେ କରୋନା ଥମିବାର ନା ନେଉନି। ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୫୩୩ ରହିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩୭୩ ହୋଇଛି। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୫୩ଟି ନୂତନ କେସ୍ ଆସିଛି।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୋଟ ୧୨ ହଜାର ୯୭୪ ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୮ ମୃତ। ସେହିପରି ଗୁଜୁରାଟରେ ୫,୪୨୮ ସଂକ୍ରମିତ ଓ ମୃତ ୨୯୦। ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୪,୫୪୯ ଓ ମୃତ୍ୟୁ ସଂଖ୍ୟା ୬୪। ତାମିଲନାଡୁରେ ସଂକ୍ରମତିଙ୍କ ସଂଖ୍ୟା ୩,୦୨୩ ଓ ମୃତ୍ୟୁ ସଂଖ୍ୟା ୩୦। ସେହିପରି ରାଜସ୍ଥାନରେ ୨,୮୮୬ଜଣ ସଂକ୍ରମିତ ଓ ୭୧ ମୃତ। ମଧ୍ୟପ୍ରଦେଶରେ ୨,୮୪୬ ଜଣ ସଂକ୍ରମିତ ହୋଇଥିବା ବେଳେ ୧୫୬ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।