ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଟ୍ୱିଟ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି ।
ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି ।
ଏହି ବିଶେଷ ଦିବସରେ ସମସ୍ତଙ୍କ ଉନ୍ନତି ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା କରୁଛି ।
ନୂଆଁଖାଇ ଜୁହାର ।
— Narendra Modi (@narendramodi) August 23, 2020
ପ୍ରଧାନମନ୍ତ୍ରୀ ଟ୍ୱିଟରେ ଓଡ଼ିଆ ଭାଷାରେ ଲେଖିଛନ୍ତି ଯେ, ଆମର ଚାଷୀ ଭାଇ ମାନଙ୍କର କଠିନ ପରିଶ୍ରମର ଉତ୍ସବ ହେଉଛି ପବିତ୍ର ନୂଆଁଖାଇ । ସେମାନଙ୍କର ଝାଳବୁହା ପରିଶ୍ରମ କାରଣରୁ ଆମ ଦେଶକୁ ଅନ୍ନ ମିଳୁଛି । ନୂଆଁଖାଇ ଓଡ଼ିଶାର ଏକ ସର୍ବପୁରାତନ ପର୍ବ। ଏଥିରେ ସେ ସମାଜର ଚାଷୀଭାଇ ମାନଙ୍କର ସୁଖ ଓ ସମୃଦ୍ଧି କାମନା କରିଛନ୍ତି । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଛନ୍ତି ପ୍ରଧାନମନ୍ତ୍ରୀ ।
ନୂଆଁ ଧାନ୍ ସାଙ୍ଗେ ନୂଆଁ ଆଶା ନେଇକରି ପାଲନ୍ କରୁନ୍ ଇ ଭାଇଚାରାର୍ ପରବ୍ ନୂଆଁଖାଇ। ସମସ୍ତଙ୍କର୍ ସୁଖ ଆର୍ ସମୃଦ୍ଧି କାମନା କରୁଛେଁ। ସଭିଙ୍କୁ ମୋର୍ ନୂଆଁଖାଇ ଜୁହାର୍। #NuakhaiJuhar #ନୂଆଁଖାଇଜୁହାର🙏 pic.twitter.com/et39pij6Pb
— Naveen Patnaik (@Naveen_Odisha) August 23, 2020