ନୂଆଦିଲ୍ଲୀରେ ନୂଆଖାଇ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ରବିବାର ବହୁ ଧୁମଧାମରେ ନୂଆଦିଲ୍ଲୀ ଠାରେ ଆୟୋଜିତ ହୋଇଯାଇଛି। ଜୁହାର ପରିବାର ପକ୍ଷରୁ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ। ଦେଶର ରାଜଧାନୀରେ ଯୁବଗୋଷ୍ଠୀଙ୍କ ଏପରି କାର୍ଯ୍ୟଙ୍କୁ ପ୍ରଶଂସା କରିଥିଲେ। ସମୟର ବ୍ୟସ୍ତତା ଭିତରେ ଓଡିଶାର ସଂସ୍କୃତି ଓ ପରମ୍ପରାକୁ ଦେଶରେ ପରିଚିତ କରାଇଥିବାରୁ ତାହା ପ୍ରଂଶସନୀୟ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ବେଙ୍ଗାଲୁରୁ, ହାଇଦ୍ରବାଦ ଠାରୁ ଆରମ୍ଭ କରି ଦେଶର ଅନେକ ସ୍ଥାନରେ ନୂଆଖାଇ ବେଟଘାଟ୍ କାର୍ଯ୍ୟକ୍ରମ କରାଯାଉଛି। ମହାପ୍ରଭୁ ଜଗନ୍ନାଥ ଓ ମା ସମଲେଇଶ୍ୱରୀଙ୍କ ଆଶୀର୍ବାଦ ଓଡିଆ ସଂସ୍କୃତିକୁ ଉଜ୍ଜିବୀତ କରିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଶାସନିକ ଅଧିକାରୀ, ବରିଷ୍ଠ ସିନେ କଳାକାର ଉପସ୍ଥିତ ଥିଲେ।