ବରଗଡ଼,ଏନ୍ଏନ୍ଏସ୍: ନୂଆଖାଇ ପାଇଁ ବରଗଡ ଜିଲ୍ଲା ଏବେ ଚଳଚଞ୍ଚଳ ହୋଇ ଉଠିଛି। ଘରେ ଘରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏହି ପରିପେକ୍ଷୀରେ ବୁଧବାର ବରଗଡ଼ ବଜାରରେ ନୂଆ ଧାନ ପହଞ୍ଚିଛି। କେଣ୍ଡା ପ୍ରତି ୨୦ ଟଙ୍କା ରହିଛି। ବରଗଡ଼ ଜିଲ୍ଲାର ଅଣଜଳସେଚିତ ଅଞ୍ଚଳ ପଦ୍ମପୁର, ଗାଇସିଲେଟ, ବିଜେପୁର, ଅମ୍ବାଭୋନା, ଝାରବନ୍ଧ ଆଦି ଅଞ୍ଚଳରେ ଏହି ସଅଳ କିସମ ଧାନ ଚାଷ ହେଉଥିବାବେଳେ ବୁଧବାର ବରଗଡ଼ ବଜାରକୁ ସାଲେଭଟା ଅଞ୍ଚଳର ଜଣେ ଚାଷୀ ନୂଆ ଧାନ ବିକ୍ରୀ କରିବା ପାଇଁ ଆଣିଥିଲେ । ରବିବାର ଭାଦ୍ରବ ଶୁକ୍ଲ ଋଷି ପଞ୍ଚମୀ ତିଥିରେ ପଶ୍ଚିମ ଓଡିଶାର ଘରେ ଘରେ ପାଳିତ ହେବ କୃଷିଭିତିକ ଗଣପର୍ବ ନୂଆଖାଇ । ନୂଆ ଶସ୍ୟ ଅମଳପରେ ଚାଷୀ ନିଜ ଇଷ୍ଟଦେବୀଙ୍କୁ ଅର୍ପଣ ପରେ ସପରିବାର ନୂଆ ଅନ୍ନ ଖାଇଥାନ୍ତି।