ଏଣିକି ବିଧାନସଭା ବିବରଣୀ ହେବ କମ୍ପ୍ୟୁଟରୀକୃତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ପୂର୍ବରୁ ଓଡ଼ିଶା ବିଧାନସଭାର ବିବରଣୀ ହାତରେ ଲେଖା ଯାଉଥିବା ବେଳେ ଏଥିରେ ପରିବର୍ତ୍ତନ କରାଯାଇଛି। ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ବିଧାନସଭା ବିବରଣୀ କମ୍ପ୍ୟୁଟର ଦ୍ୱାରା ପ୍ରସ୍ତୁତ କରାଯାଇ ଗୃହର ମାନ୍ୟବର ବିଧାୟକ ବିଧାୟିକାମାନଙ୍କ ନିକଟକୁ ସଦୟ ସ୍ୱୀକୃତି/ସଂଶୋଧନ ନିମନ୍ତେ ପଠାଯିବ।

ଷୋଡ଼ଶ ବିଧାନସଭାର ତୃତୀୟ ଅଧିବେଶନଠାରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ବାଚସ୍ପତି ଡ. ପାତ୍ର ପ୍ରକାଶ କରିଛନ୍ତି।
ଆଜି ବାଚସ୍ପତି ଡ. ପାତ୍ର ଏହି କାର୍ଯ୍ୟର ତଦାରଖ କରିବା ପାଇଁ ରିପୋଟର୍ସ ଶାଖା ପରଦର୍ଶନ କରି ସମ୍ପୃକ୍ତ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ଉପସଚିବ (ରିପୋର୍ଟିଂ) ଶ୍ରୀ ଦେବାନନ୍ଦ ଦୋରା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।