ଏଣିକି ବିଧାୟକମାନେ ୨ଦିନରୁ ଅଧିକ ସମୟ ଛୁଟିରେ ରହିଲେ ଅନୁମତି ନେବାକୁ ପଡ଼ିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,ଏନ୍ଏନ୍ଏସ୍: ବିଧାନସଭା ବୈଠକ ଆରମ୍ଭ ପୂର୍ବରୁ ବୁଧବାର ବିଜେଡି ଦଳୟ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ବିଶେଷ କରି ବିଧାନସଭାରେ ଶାସକ ଦଳ ସଦସ୍ୟଙ୍କ ଉପସ୍ଥାନ ଉପରେ ଗୁରୁତ୍ଵାରୋପ କରିଥିଲେ।

ପ୍ରତିଦିନ ଦଳୀୟ ସଦସ୍ୟମାନେ ବିଧାନସଭାରେ ଉପସ୍ଥିତ ରହିବାକୁ ନବୀନ ପଟ୍ଟନାୟକ ନିର୍ଦ୍ଦେଶଶ ଦେଇଥିଲେ। ଯେଉଁ ସଦସ୍ୟ ଦୁଇ ଦିନରୁ ଅଧିକ ଛୁଟିରେ ଯିବେ ସେମାନଙ୍କୁ ତାଙ୍କଠାରୁ ଅନୁମତି ନେବାକୁ ପଡ଼ିବ ବୋଲି ନବୀନ କହିଛନ୍ତି। ଦଳର ମୁଖ୍ୟ ସଚେତକ ସଦସ୍ୟଙ୍କ ଉପସ୍ଥାନ ନେଇ ଦଳର ସୁପ୍ରିମୋଙ୍କୁ ଦୈନିକ ରିପୋର୍ଟ କରିବେ।

ପ୍ରତିଦିନ ସାଢ଼େ ୧୧ଟାରେ ମୁଖ୍ୟ ସଚେତକ ଉପସ୍ଥାନ ରିପୋର୍ଟ କରିବେ। ସେହିପରି ନୂଆ ସଦସ୍ୟଙ୍କ କାର୍ୟ୍ୟଶୈଳୀ ଉପରେ ବି ନଜର ରଖାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।