ବର୍ତ୍ତମାନ କେହିବି ଭାରତୀୟ ଜାମ୍ମୁ-କାଶ୍ମୀରରେ ଜାଗା କିଣିପାରିବେ

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ପକ୍ଷଣୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇ ଆଜି ଜାମ୍ମୁ-କାଶ୍ମୀରରେ ବାହାର ରାଜ୍ୟର ଲୋକଙ୍କୁ ଜମି କିଣିବାକୁ ଅନୁମତି ଦିଆଯାଇଛି। ଏନେଇ ଆଇନରେ କେତେକ ସଂଶୋଧନ କରାଯାଇଛି। ତେବେ ତୃତୀୟ ଆଦେଶରେ କେନ୍ଦ୍ର ଶାସିତ ଅଞ୍ଚଳ ଜାମ୍ମୁ-କାଶ୍ମୀରର ପୁର୍ନଗଠନକୁ କ’ଣ କୁହାଯିବ ବୋଲି ମାହା ପ୍ରଶ୍ନ କରିଛି। କେନ୍ଦ୍ର ପକ୍ଷରୁ ୨୬ଟି ରାଜ୍ୟ ଆଇନକୁ ରଦ୍ଧ କରିଦିଆଯାଇଛି। ଏକ ରାଜପତ୍ର ସୂଚନାରେ କେନ୍ଦ୍ର ଶାସିତ ଅଞ୍ଚଳରେ ଜମି ନିଷ୍କାସିତ କରିବା ପାଇଁ ପ୍ରସ୍ତୁତ ହୋଇଥିବା ଧାରା ୧୭ ଜାମ୍ମୁ-କାଶ୍ମୀର ଉନ୍ନତୀକରଣ ଅଧିନିୟମରୁ ରାଜ୍ୟର ସ୍ଥାୟୀ ବାସିନ୍ଦା ହୋଇଥିବା ଶବ୍ଦକୁ ବାଦ ଦିଆଯାଇଛି। ସେହିପରି ମାହାର ଏହି ବିଜ୍ଞପ୍ତି ପରେ ଜାତୀୟ ସମ୍ମିଳନୀ ନେତା ଓମାର ଅବଦୁଲ୍ଲା କହିଛନ୍ତି କି ବର୍ତ୍ତମାନ ଜାମ୍ମୁ-କାଶ୍ମୀର ବର୍ତ୍ତମାନ ବିକ୍ରି ପାଇଁ ଅଛି।

ଗତବର୍ଷ ଅଗଷ୍ଟରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଓ ଆର୍ଟିକିଲ ୩୫-ଏ ପ୍ରତ୍ୟାହାର କରାଯାଇଥିଲେ ସୁଦ୍ଧା ଜାମ୍ମୁ-କାଶ୍ମୀରରେ କୌଣସି ବାହାର ରାଜ୍ୟର ଲୋକ ଜମି କିଣିବା ପାଇଁ ଅନୁମତି ମିଳିନଥିଲା। ତଥାପି ଏଥିରେ କେତେକ ନୂତନ ପରିବର୍ତ୍ତନ କରାଯାଇ ଅଣ ବାସିନ୍ଦାଙ୍କୁ ଜମି କିଣିବାକୁ ଅନୁମତି ଦିଆଯାଇଛି।

ତେବେ ରାଜ୍ୟପାଳ ମନୋଜ ସିହ୍ନା ଏନେଇ ଆଇ ଏକ ବିବରଣୀରେ କହିଛନ୍ତି ଯେ, ସଂଶୋଧନ ଅନୁସାରେ କୌଣସି ଚାଷ ଜମିକୁ ଅଣ ଚାଷ କାର୍ଯ୍ୟ ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ସେହିପରି ଶିକ୍ଷା ଓ ସ୍ୱାସ୍ଥ୍ୟ ଜମିରେ ଏହି ନୂତନ ନିୟମ ଲାଗୁ ହେବନାହିଁ।

ଅନ୍ୟପଟେ ଆଡଭୋକେଟ ଜେନେରାଲ ମହମ୍ମଦ ଇସକ କାଦରି କହିଛନ୍ତି କି ଏହି ସଂଶୋଧନ ପରେ ଜାମ୍ମୁ-କାଶ୍ମୀରରେ ବାହାର ରାଜ୍ୟର ଲୋକ ଜମି କିଣିବା ପାଇଁ ସୁଅ ଛୁଟିବ, କିନ୍ତୁ ସେମାନଙ୍କ ଜମି କିଣା ପାଇଁ ବର୍ତ୍ତମାନ ଏଠାରେ କୌଣସି ଲିଗାଲ ବାର ନାହିଁ।