ଏତଲାକାରୀଙ୍କ ତଥ୍ୟ ଆଧାରରେ ଥାନାକୁ ମିଳିବ ରିପୋର୍ଟ କାର୍ଡ

ଭୁବନେଶ୍ୱର,୩୦ା୮/ଏନ୍ଏନ୍ଏସ୍: ପୁଲିସକୁ ଏବେ ଭୟ ନକରି ବନ୍ଧୁଭଳି ଭାବି ସହଯୋଗ କରିବା ପାଇଁ ପୁଲିସ ପକ୍ଷରୁ ଏକ ନୂତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏଥିରେ ନିୟମିତ ଭାବେ ଅଭିଯୋଗକାରୀଙ୍କଠାରୁ ଫିଡବ୍ୟାକ ନିଆଯିବ। ଫଳରେ ପୁଲିସ ଓ ଏତଲାକାରୀଙ୍କ ମଧ୍ୟରେ ଦୂରତା କମିବା ସହ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ମିଳିବ ବୋଲି ପୁଲିସ ଡିଜି ବିଜୟ କୁମାର ଶର୍ମା କହିଛନ୍ତି।
ଏ ନେଇ ଭୁବନେଶ୍ୱର କମିଶନରେଟ ପୁଲିସ ମୁଖ୍ୟାଳୟରେ ଆୟୋଜିତ ‘ମୋ ସରକାର’ ଯୋଜନା ସମ୍ପର୍କରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ମାଷ୍ଟରଟ୍ରେନରଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ସେମାନଙ୍କୁ ମଖ୍ୟତଃ ଆଚରବ୍ୟବହାର, ତୁରନ୍ତ ସେବା ଯୋଗାଇବା ଓ ଥାନାରେ ଅଭିଯୋଗକାରୀଙ୍କ ଅନୁଭୂତି କିପରି ଭଲ ରହିବ, ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି। ଏଥିସହିତ ଥାନାକୁ ଅଭିଯୋଗ କରିବାକୁ ଆସୁଥିବା ଏତଲାକାରୀଙ୍କ ଫୋନ୍ ନମ୍ବର ସହ ସମ୍ପୂର୍ଣ୍ଣ ବିବରଣୀ ସିସିଟିଏନଏସରେ ରଖାଯିବ। ପରବର୍ତ୍ତି ସମୟରେ ଏକ କଲ ସେଣ୍ଟରରୁ ସୋମନଙ୍କ ପାଖରୁ କଲ କରାଯାଇ ମୁଖ୍ୟତଃ ୮ଟି ପ୍ରଶ୍ନ ପଚରାଯିବ। ସେମାନଙ୍କ ଠାରୁ ଫିଡବ୍ୟାକ ନିଆଯାଇ ଥାନାର ରିପୋର୍ଟ କାର୍ଡ ପ୍ରସ୍ତୁତ କରାଯିବ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରତି ଜିଲ୍କାରୁ ୨ଜଣ ମାଷ୍ଟର ଟ୍ରେନର ଯୋଗଦେଇଥିଲେ। ଇନ୍ସ୍ପେକ୍ଟର, ଡିଏସପି ଓ ଅତିରିକ୍ତ ଏସପି ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଜଣେ ଅଭିନେତା ନିଜର ଅଭିନୟ ମାଧ୍ୟମରେ ପୁଲିସ କର୍ମଚାରଙ୍କୁ ପ୍ରଶିକ୍ଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ପୁଲିସ ଡିଜି ଶ୍ରୀ ଶର୍ମାଙ୍କ ସହିତ ସ୍କିଲ ଡେଭଲପମେଣ୍ଟ ଅଧ୍ୟକ୍ଷ ସୁବ୍ରତ ବାଗଜୀ, ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶକ ରାକେଶ କୁମାର, ଅତିରିକ୍ତ ପୁଲିସ କମିଶନର ସଂଜୟ ସଂହ, କଟକ ଡିସିପି ଅôଖଳେଶ ସିଂ ପ୍ରମୁଖ ଯୋଗ ଦେଇଥିଲେ।