ଜିନ ହ୍ୱା’ ମାଲିକଙ୍କୁ ନୋଟିସ

କୃଷ୍ଣପ୍ରସାଦ୨୯ା୮: ରାଜହଂସରେ ଲାଗିଥିବା ଜିନ ହ୍ୱା’ ଜାହାଜ ମାଲିକଙ୍କୁ ଗୁରୁବାର ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନୋଟିସ୍‌ ଜାରି ହୋଇଛି। ୨ ଦିନ ମଧ୍ୟରେ ଜାହାଜରୁ ତେଲ ବାହାର କରି ୭ଦିନ ମଧ୍ୟରେ ସମୁଦ୍ର କୂଳ ଛାଡ଼ିବାକୁ ନୋଟିସରେ ଉଲ୍ଲେଖ ରହିଥିବା ଜଣାପଡ଼ିଛି।
ଏହି ମାଲେସିଆ ଜାହାଜ ଜିନ୍ ହ୍ୱା’ରୁ ତେଲ କଢ଼ା ପ୍ରକ୍ରିୟା ଆରମ୍ଭ ହୋଇଛି। ୭ଶହ ମିଟର ଲମ୍ବର ପାଇପ ସଂଯୋଗ କରାଯାଇ ଜାହାଜରୁ ତେଲ କଢ଼ାଯାଉଛି। ତେଲ କଢ଼ା ସରିବା ପରେ ଲଞ୍ଚ କିମ୍ବା ଡଙ୍ଗାରେ ଚିଲିକା ଭିତର ଦେଇ ତେଲକୁ ସାତପଡ଼ା ଅଣାଯିବ ବୋଲି ସୂଚନା ମିଳିଛି। ଅନ୍ୟପଟେ ଏହି ତେଲକଢ଼ା ପ୍ରକ୍ରିୟା ସହ ଜାହାଜକୁ ଦେଖିବା ପାଇଁ ପର୍ୟ୍ୟଟକଙ୍କ ଭିଡ଼ ଜମୁଛି।