ହିଂସା ନୁହେଁ, ଶାନ୍ତି ବଳରେ ବାହାରିବ ସମାଧାନ: ରାହୁଲ ଗାନ୍ଧୀ

ମଣିପୁର,ଏନ୍‌ଏନ୍‌ଏସ୍‌: ହିଂସାଗ୍ରସ୍ତ ରାଜ୍ୟ ମଣିପୁର ଯାତ୍ରାରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ପୀଡ଼ିତଙ୍କୁ ଭେଟିବା ପରେ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ହିଂସା ଦ୍ୱାରା କୌଣସି ସମସ୍ୟାର ସମାଧାନ ବାହାରିବନି କେବଳ ଶାନ୍ତି ବଳରେ ସମାଧାନ ହୋଇପାରିବ ।

ରାହୁଲ ଗାନ୍ଧୀ ସେଠାରେ ଗଣମାଧ୍ୟମକୁ କହିଛନ୍ତି ଯେ, ମଣିପୁରକୁ ଶାନ୍ତିର ଆବଶ୍ୟକତା ରହିଛି । ମୁଁ ରିଲିଫ ଶିବିର ଯାଇଥିଲି ଏବଂ ପ୍ରତ୍ୟେକ ସମୁଦାୟର ଲୋକଙ୍କୁ ଭେଟିଲି । ରିଲିଫ ଶିବିରରେ ଔଷଧ ଓ ଖାଦ୍ୟର ଅଭାବ ରହିଛି ଏହା ଉପରେ ସରକାର ଧ୍ୟାନ ଦେବା ଉଚିତ । ଶାନ୍ତି ବଜାୟ ରଖିବାକୁ ମୁଁ ମଣିପୁରର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଅପିଲ କରୁଛି । ମୁଁ ଏଠାରେ ମହଜୁଦ ଅଛି ଏବଂ ଶାନ୍ତି ପାଇଁ ଯାହା କରିପାରିବି କରିବି ।