ଓଡ଼ିଶା ଆସିବାକୁ ହେଲେ ମାନିବାକୁ ପଡ଼ିବନି କଟକଣା

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ପୂର୍ବରୁ ଜାରି ହୋଇଥିବା କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ଫଳରେ ଓଡ଼ିଶା ଆସିବା ପାଇଁ ଆଉ କରୋନା ରିପୋର୍ଟ ଆବଶ୍ୟକ ପଡ଼ିବନି। ଆଣ୍ଟିଜେନ୍ କିମ୍ବା ଆରଟିପିସିଆର ନେଗେଟିଭ ରିପୋର୍ଟ ଦେବାକୁ ପଡ଼ିବ ନାହିଁ। ଏଥିସହିତ କରୋନା ଭ୍ୟାକ୍ସିନର ଦ୍ୱିତୀୟ ଡୋଜର ପ୍ରମାଣପତ୍ର ମଧ୍ୟ ଆବଶ୍ୟକ ପଡ଼ିବନି। ଏନେଇ ସ୍ୱତନ୍ତ୍ର ରିଲଫ କମିଶନର ପ୍ରଦୀପ କୁମାର ଜେନା ସୂଚନା ଦେଇଛନ୍ତି।