ଚକିତ ହେଲେ ନୋରା

ବଲିଉଡର ଧମାକାଦାର ଡାନ୍ସର ନୋରା ଫତେହି ନିଜର ଧୁମ୍ଧଡ଼ାକା ଡାନ୍ସରେ ସିନେଶିଳ୍ପକୁ ଉଠାପକା କରୁଛନ୍ତି। ଖୁବ୍ ସୁନ୍ଦର ଡାନ୍ସ କରି ଅଳ୍ପ ଦିନରେ ଅଧିକ ଲୋକପ୍ରିୟତା ସାଉଁଟି ସାରିଲେଣି ସେ। ଆଜିକାଲି ସୋସିଆଲ୍ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ୍ ଅଛନ୍ତି ନୋରା।କେବଳ ନିଜେ ଜଣେ ଭଲ ଡାନ୍ସର ନୁହନ୍ତି, ବରଂ ଡାନ୍ସ କରୁଥିବା ଅନ୍ୟମାନଙ୍କୁ ମଧ୍ୟ ଚର୍ଚ୍ଚାକୁ ଆଣିବାରେ ନୋରା କୁଣ୍ଠା କରନ୍ତି ନାହିଁ। ଖାସ୍ ଏଇ କାରଣରୁ ପ୍ରତିଦିନ ନୂଆ ନୂଆ ଡାନ୍ସରଙ୍କ ଡାନ୍ସ ଭିଡିଓ ସେୟାର୍ କରିଥାନ୍ତି ଇନଷ୍ଟାଗ୍ରାମ୍ ଏକାଉଣ୍ଟରେ। କିଛି ଦିନ ତଳେ ନୋରା ନିଜର ସୁପରହିଟ୍ ‘ପେପଟା’ ଗୀତରେ ଡାନ୍ସ ଚ୍ୟାଲେଞ୍ଜ ଦେଇ ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଏହି ଚ୍ୟାଲେଞ୍ଜକୁ ଦେଶ ବିଦେଶର ଅନେକ ଡାନ୍ସର ଗ୍ରହଣ କରିବା ସହିତ ଭିଡିଓ ପ୍ରସ୍ତୁତ କରି ସେୟାର୍ କରୁଛନ୍ତି।

ସେଗୁଡ଼ିକ ମଧ୍ୟରୁ ଯେଉଁ ଭିଡିଓ ବି ନୋରାଙ୍କର ପସନ୍ଦ ହେଉଛି, ତୁରନ୍ତ ସେ ସେସବୁକୁ ଇନଷ୍ଟାଗ୍ରାମ୍ରେ ସେୟାର କରୁଛନ୍ତି। ନିକଟରେ ନୋରା ଏକ ଭିଡିଓ ସେୟାର୍ କରିଛନ୍ତି। ଏଥିରେ ଦୁଇ ଜଣ ଡାନ୍ସର ‘ପେପଟା’ ଗୀତରେ ଧୁମ୍ ନାଚିଛନ୍ତି। ସେମାନଙ୍କ ନୃତ୍ୟ ଦେଖି ନିଜେ ନୋରା ଚକିତ ହୋଇପଡ଼ିଛନ୍ତି। ନୋରା ସେୟାର୍ କରିଥିବା ଏହି ଭିଡିଓକୁ ୫ ଲକ୍ଷ ପଚାଶ ହଜାରରୁ ଅଧିକ ଥର ଦେଖିସାରିଲେଣି ପ୍ରଶଂସକ।

ନୋରା ଏମିତିରେ ବି ନିଜର ଡାନ୍ସ ଅନ୍ଦାଜ ପାଇଁ ଜଣାଶୁଣା। ବିଶେଷକରି ‘ଦିଲବର୍’ ସଙ୍ଗରେ ଧୁମ୍ ନାଚି ନୋରା ରାତାରାତି ପ୍ରସିଦ୍ଧି ସାଉଁଟିଥିଲେ। ‘ଭାରତ’ ଫିଲ୍ମରେ ନଜର ଆସିଥିବା ନୋରା ବରୁଣ ଧୱନ, ଶ୍ରଦ୍ଧା କପୁର ଷ୍ଟାରର୍ ‘ଷ୍ଟ୍ରିଟ୍ ଡାନ୍ସର’ରେ ମଧ୍ୟ ଦେଖିବାକୁ ମିଳିବେ।